ଓଡିଶା

ଇଟାଭାଟିରେ କାମକାରୁଥିବା ବାହାର ରାଜ୍ୟର ଶ୍ରମିକ ଚାଲି ଯାଉଥିବା ସମୟରେ ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ଅଟକ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମହାମାରୀ ଅଦୃଶ୍ୟ ଭୂତାଣୁ’କରୋନା’ ପାଇଁ ସମଗ୍ର ମାନବ ସମାଜ ତ୍ରାହି ତ୍ରାହି ଡାକୁଛି। କେବଳ ସାମାଜିକ ଦୂରତା,ମାସ୍କ ବ୍ୟବହାର,ଗରମ ଖାଦ୍ୟ,ପାଣି ଏବଂ ଘରୁ ଅଯଥାରେ ବାହାରକୁ ନ ଯିବା ହିଁ ଏଥିରୁ ରକ୍ଷା ପାଇବାର ଏକମାତ୍ର ରାସ୍ତା । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଭଳି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଲକ୍ ଡାଉନ୍ ଦ୍ଵାରା ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାରେ କାର୍ୟ୍ୟରତ ଥିବା ବାହାର ରାଜ୍ୟର ଶ୍ରମିକ ଅର୍ଥ, ଖାଦ୍ୟ ଓ କାମ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି ଏକ ଘଟଣା ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ବ୍ଲକର ହଳଦା ପଞ୍ଚାୟତର ତିଳପୋଷି ଗାଁ ରେ ଘଟିଛି ।

ତିଳପୋଷି ଗାଁ ପାଖରେ ଥିବା ନଦୀ କୂଳରେ ଜନୈକ ଇଟିଭାଟିରେ ଝାଡ଼ଖଣ୍ଡ ରାଜ୍ୟର ଦେଓଘର ଅଂଚଳର ୩୫ରୁ ଉର୍ଦ୍ଧ୍ବ ଶ୍ରମିକ ଦୀର୍ଘ ଦିନ ହେଲା କାମ କରିଆସୁଥିଲେ । ଇଟାଭାଟି ମାଲିକ ସେମାନଙ୍କୁ ସପ୍ତାହକୁ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଚାଉଳ ଓ ଆଳୁ ଯୋଗାଇ ଦିଆଯାଉଥିଲା ।ସେମାନେ ଇଟାଭାଟିରେ ରହି ନିଜେ ରୋଷାଇ କରି ଖାଉଥିଲେ। ପରେ ଟଙ୍କା ସରି ଯିବାରୁ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ବିକ ଅବସ୍ଥା ନେଇ ସେମାନେ ରବିବାର ଭୋର ସମୟରେ ଗଳା ରାସ୍ତାରେ ଚୁପଚାପ୍ ପିଲାଛୁଆ ଓ ନିଜର ଜିନିଷ ଧରି ରାଇରଙ୍ଗପୁର ଠାରୁ ୭କିମି ଦୂର ରାଇରଙ୍ଗପୁର-ତିରିଂ ଜାତୀୟ ରାଜପଥ ୨୨୦ ନମ୍ବରରେ ଚାଲି ଚାଲି ମନଦୁଖରେ ପଳାଉଥିଲେ ।

କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକ, ରାଇରଙ୍ଗପୁର ବ୍ଲକ ସହକାରୀ ଯନ୍ତ୍ରୀ, ରାଇରଙ୍ଗପୁର ଆର ଆଇ, ପୁରୁଣା ପାଣି ସରପଞ୍ଚ,ହଳଦା ପିଇଓ ଅନିଲ ମହାନ୍ତ, ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । କେନ୍ଦ୍ର ସରକାର ମେ ୩ ପର୍ୟ୍ୟନ୍ତ ବାହାର ରାଜ୍ୟର ଶ୍ରମିକ, ବାହାର ଜିଲ୍ଲାର ଶ୍ରମିକ ମାନଙ୍କୁ ଛଡାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ତଦସହ ସେମାନଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇ ସେମାନଙ୍କର ଖାଦ୍ୟପେୟ ସଂପୁର୍ଣ୍ଣ ଭାବେ ପ୍ରଶାସନ ବୁଝିବ ନିର୍ଦ୍ଦେଶ ଅଛି ।ଏହା ବୁଝାଇବା ପରେ ଶ୍ରମିକ ମାନେ ଆଶ୍ବସ୍ତ ହେଲେ । ସେମାନଙ୍କୁ ପ୍ରଶାସନ ପକ୍ଷରୁ ପରିବହନ ଗାଡ଼ିରେ ଯେଉଁଠାରେ ରହିଥିଲେ ସେଠାରେ ଛାଡି ଦିଆଯାଇଛି । ସେମାନଙ୍କ କଥା ବ୍ଲକ ପ୍ରଶାସନ ତରଫରୁ ବୁଝା ଯାଇଥିଲା ।

Related posts

ଅଗଷ୍ଟ ଗାଇଡ ଲାଇନର କଣ ରହିବ ରୂପ ରେଖ

mahabharatanews

ବଢୁଛି ତାତି 

mahabharatanews

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews