(ମହାଭାରତ, ନୂଆଦିଲ୍ଲୀ): କୋରୋନା ଭାଇରସ ସଂକ୍ରମିତ ଇଟାଲୀରେ ଅଟକି ରହିଥିବା ୨୧୮ ଜଣ ଭାରତୀୟ ରବିବାର ଦିଲ୍ଲୀରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ୨୧୧ ଜଣ ବିଦ୍ୟାର୍ଥୀ ରହିଛନ୍ତି । ଇଟାଲୀର ମିଲାନରୁ ସେମାନଙ୍କୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଛି । ଏନେଇ ରାଜ୍ୟ ବୈ÷ଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି । ଇଣ୍ଡୋ-ତିବେତାନ ସୀମା ପୋଲିସର ଚାଓଲା କ୍ୟାମ୍ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ସେମାନଙ୍କୁ ୧୪ ଦିନ ପାଇଁ କ୍ୟାରେଣ୍ଟାଇନରେ ରଖାଯିବ ବୋଲି ମୁରଲୀଧରନ କହିଛନ୍ତି । ଏହି ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ସହଯୋଗ କରିଥିବା ଇଟାଲୀ ସରକାର, ସେଠାରେ ଥିବା ଭାରତୀୟ ଅଧିକାରୀ, ଏୟାର ଇଣ୍ଡିଆ ଏବଂ ବୈ÷ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି । ଶନିବାର ଏୟାର ଇଣ୍ଡିଆର ବିମାନ ଯୋଗେ ଏହି ଭାରତୀୟ ନାଗରିକମାନଙ୍କୁ ଇଟାଲୀର ମିଲାନ ସହରରୁ ଏୟାରଲିଫ୍ଟ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଭୟଙ୍କର କୋରୋନା ଭାଇରସକୁ ମହାମାରୀ ଘୋଷଣା କରିବା ପରେ ଭାରତ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା । ପୂର୍ବରୁ ଇଟାଲୀ ଏବଂ କୁଏତ୍କୁ ଏପ୍ରିଲ ୩୦ ଯାଏ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଏୟାର ଇଣ୍ଡିଆ ଘୋଷଣା କରିଥିଲା । ପ୍ରକାଶ ଥାଉକି କେବଳ ଶନିବାର ଦିନ ଇଟାଲୀରେ କୋରୋନା ସଂକ୍ରମଣରେ ୧୭୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏଠାରେ ସମୁଦାୟ ମୃତ୍ୟୁସଂଖ୍ୟା ପାଖାପାଖି ଦେଢ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୩୫୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଚୀନ ପରେ ୟୁରୋପକୁ କୋରୋନାର ନୂତନ କେନ୍ଦ୍ରସ୍ଥଳୀ ବୋଲି ଘୋଷଣା କରିଛି ।
previous post
next post
