ଭାରତ

ଆଜି ହେବ ପରୀକ୍ଷା ପେ ଚର୍ଚ୍ଚା

(ଦିଲ୍ଲୀ) : ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଆଜି ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା'(ପିପିସି) କାର୍ଯ୍ୟକ୍ରମ । ‘ପରୀକ୍ଷା ପେ ଚର୍ଚ୍ଚା’ ହେଉଛି ପରୀକ୍ଷା ସହ ଜଡ଼ିତ ଚାପକୁ ଦୂର କରିବା ଏବଂ ‘ଏଗଜାମ୍ ଓ୍ୱାରିୟର୍ସ’ଙ୍କ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ନିଆରା ପଦକ୍ଷେପ । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜାନୁଆରୀ ୧୨ରୁ ଜାନୁଆରୀ ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲରେ ମାରାଥନ ଦୌଡ, ସଙ୍ଗୀତ ଭଳି କାର୍ଯ୍ୟକ୍ରମମମାନ ଆୟୋଜନ ହୋଇଥିଲା । ଜାନୁଆରୀ ୨୩ ରେ ୭୭୪ ଜିଲ୍ଲାରେ ୬୫୭ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ୧୨୨ ନବୋଦୟ ବିଦ୍ୟାଳୟରେ ‘ଏଗଜାମ ଓ୍ୱାରିୟର୍ସ’ ପୁସ୍ତକରେ ପରୀକ୍ଷା ମନ୍ତ୍ର ସହ ଜଡ଼ିତ ଏକ ଚିତ୍ରକଳା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା, ଯେଉଁଥିରେ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

 ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି, ଯେଉଁଥିରେ ବିଗତ ୬ ବର୍ଷ ଧରି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସଫଳତାର ସହ ସାମିଲ କରାଯାଉଛି । ସପ୍ତମ ସଂସ୍କରଣ ପାଇଁ ‘ମାଇଁ ଗଭ’ ପୋର୍ଟାଲରେ ରେକର୍ଡସଂଖ୍ୟକ ୨.୨୬ କୋଟି ପଞ୍ଜିକରଣ କରିଛନ୍ତି, ଯାହା ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହକୁ ଦର୍ଶାଉଛି । ପ୍ରଥମ ଥର ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ।

Related posts

G -20 ଅତିଥି ଖାଇବେ ମାଣ୍ଡିଆ

mahabharatanews

ସତସଙ୍ଗରେ ଦଳାଚକଟା, ୫୦ରୁ ଅଧିକ ମୃତ୍ୟୁ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୬୧୫ ଆକ୍ରାନ୍ତ ଚିହ୍ନଟ ଓ ୫୧୪ ଜଣ ମୃତ

mahabharatanews