Uncategorized

ଇନଷ୍ଟାଗ୍ରାମରେ ଡ଼େବ୍ୟୁ କଲେ କରୀନା

(ମହାଭାରତ ): ବର୍ତମାନ ସମୟରେ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯନ୍ତ ସୋସିଆଲ ମିଡ଼ିଆରେ ପରସ୍ପର ସହିତ ଜଡ଼ିତ ଅଛନ୍ତି । କେବଳ ସାଧାରଣ ମଣିଷ ନୁହେଁ ସେଲିବ୍ରେଟି ମାନେ ମଧ୍ୟ ସୋସିଆଲ ରେ ସକ୍ରିୟ ଅଛନ୍ତି । କିନ୍ତୁ କିଛି ସେଲିବ୍ରେଟି ସୋସିଆଲ ମିଡ଼ିଆ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏହି ତାଲିକାରେ ବଲିଉଡ଼ର ବେବୋ କରୀନା କପୁର ଖାନା ମଧ୍ୟ ସାମିଲ ହୋଇଥିଲେ । କିନ୍ତୁ ବର୍ତ୍ତମାନ କରୀନା ଇନଷ୍ଟାଗ୍ରାମରେ ଡ଼େବ୍ୟୁ କରି ପ୍ରଶଂସକଙ୍କୁ ଚକିତି କରିଛନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ସୋସିଆଲ ମଡ଼ିଆ ଡ଼େବ୍ୟୁ ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯୁଗ ସହ ତାଳ ଦେଇ ଚାଲିବାକୁ ହେବ । ଏହା କେବଳ ତାଙ୍କର କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କ ଫ୍ୟାନଙ୍କ ଲାଗି ଖୋଲାଯାଇଥିବା ବେଳେ ତାଙ୍କର ଏକ ଟିମ ଏହାକୁ ସଞ୍ଚାଳନ କରିବେ ବୋଲି କରୀନା କହିଛନ୍ତି ।

ମାର୍ଚ୍ଚ ୬ ରେ କରୀନା କପୁର ଖାନ ତାଙ୍କ ଅଫିସିଆଲ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟ ତିଆରି କରିଥିଲେ । ତାଙ୍କର ଏହି ଡ଼େୁବ୍ୟଟି ବେଶ ଭଲ ଥିଲା । କାରଣ ଆକାଉଣ୍ଟ ଖୋଲିବାର ୧୨ ଘଣ୍ଟା ମଧ୍ୟରେ କରୀନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଏ ଲକ୍ଷରୁ ଅଧିକ ବୃଦ୍ଧି ପାଇଥିଲା । ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିଥିଲେ ମଧ୍ୟ ସୋମସିଆଲ ମଡ଼ିଆ ସେମାନଙ୍କ ଠାରୁ କେବେକି ଦୂରରେ ନାହିଁ । କରୀନାଙ୍କ ଆକାଉଣ୍ଡ ତିଆରି କରିବା ପରେ ପ୍ରଶଂସକ ମାନେ ବର୍ତମାନ ଷ୍ଟାରକିଡ଼ ତୈମୁର ଙ୍କ ଅନେକ ଫଟୋ ଦେଖିବାକୁ ପାଇବେ ।

ଯଦିଓ କରୀନା କପୁର ଖାନା ସୋସିଆଲ ମିଡ଼ିଆରେ ଏଣ୍ଟ୍ରି ମାରିଛନ୍ତି କିନ୍ତୁ ତାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନ ଏଥିରୁ ଦୂରେଇ ଅଛନ୍ତି ।

Related posts

ଭିୱାଣ୍ଡିରେ ଭୁଷୁଡିଲା ୩ ମହଲା କୋଠା, ୧୦ ମୃତ

mahabharatanews

ମୁହଁରେ ମାସ୍କ ପିନ୍ଧି ବିବାହ ହେଲେ ବର କନ୍ୟା

mahabharatanews

ଏଲଏସିରେ ଆଲୋଚନାରେ ସମାଧାନ ବାହାରିନାହିଁ: ରାଜନାଥ

mahabharatanews