Uncategorized

ଭିୱାଣ୍ଡିରେ ଭୁଷୁଡିଲା ୩ ମହଲା କୋଠା, ୧୦ ମୃତ

(ମୁମ୍ବାଇ): ମହାରାଷ୍ଟ୍ରର ମୂମ୍ବାଇ ନିକଟ ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡ଼ିଛି। ଏହି ଘଟଣା ସୋମବାର ରାତି ପ୍ରାୟ ୩ଟା ୩୦ ସମୟରେ ଘଟିଥିଲାବେଳେ ଏଥିରେ ଏପର୍ୟ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ପଟେଲ କମ୍ପାଉଣ୍ଡରେ ଥିବା ଏହି କୋଠାଟି ଭୁଷୁଡିବା ଖବର ପାଇ ଏନଡିଆର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭଗ୍ନାବଶେଷ ତଳୁ ୨୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୦ରୁ ୬୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି।
ଉଦ୍ଧାର କାର୍ୟ୍ୟ ପାଇଁ ଏନଡ଼ିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏଠାରେ କ୍ଷମତା ଠାରୁ ଅଧିକ ଲୋକ ରହୁଥିବାରୁ ପୂର୍ବରୁ ଏହି କୋଠାକୁ ପୌରପାଳିକା ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା।

Related posts

ଦେଶରେ ଦିନକରେ ୨୮ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ଆସିଲା ଭାରତ କଲର

mahabharatanews

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବଢିଲା ସାବୁନ ରେଟ୍ ।

mahabharatanews