ଓଡିଶା

ଇନ୍ଦ୍ରାବତୀ ନଦୀରେ ବୁଡ଼ି ମହିଳା ନିଖୋଜ,୨୪ ଘଣ୍ଟା ପରେ ଶବ ଉଦ୍ଧାର

(ଟୁକୁନା ଖରା/ନବରଙ୍ଗପୁର): ଗତକାଲି ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ବିବାହିତା ମହିଳା ନିଖୋଜ ଥିବା ଘଟଣାର ୨୪ ଘଣ୍ଟା ପରେ ଆଜି ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ଗ୍ରାମର କେତକୀ ମାଝୀ(୪୨) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ମଞ୍ଚାଗାଁ ଗ୍ରାମର ହଳଧର ମାଝୀଙ୍କ ପତ୍ନୀ କେତକୀ ମାଝୀ ଗତକାଲି ସକାଳୁ ଗାଁ ନିକଟସ୍ଥ ଥିବା ଇନ୍ଦ୍ରାବତୀ ନଦୀରେ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ କେତକୀଙ୍କ ଗୋଡ଼ ଖୋସି ଯିବାରୁ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ଏନେଇ ମୃତ ମହିଳାଙ୍କ ସ୍ୱାମୀ ଖାତିଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ କିନ୍ତୁ କେତକୀଙ୍କୁ ଉଦ୍ଧାର କରି ପାରିନଥିଲେ। ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଆଜି ଅଗ୍ନିଶମ ବିଭାଗ ମହିଳାଙ୍କ ଶବ କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related posts

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଇନ ଶୃଙ୍ଖଳା ସମ୍ପର୍କିତ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

mahabharatanews

ଆଳୁ ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟନୁଷ୍ଠାନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

mahabharatanews