ଓଡିଶା

ଇଫକୋର ସଡକ ସୁରକ୍ଷା ସପ୍ତାହ ପାଳିତ

(ମହାଭାରତ, ପାରାଦ୍ୱୀପ): ପାରାଦ୍ୱୀପ ସ୍ଥିତ ଇଫକୋ କାରଖାନା ପରିସରରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ପାରାଦ୍ୱୀପ ଇଫକୋର ୟୁନିଟ ହେଡ କେ ଜେ ପଟେଲ କର୍ମଚାରୀମାନଙ୍କୁ ସଡକ ସୁରକ୍ଷା ଉପରେ ସତ୍ୟପାଠ କରାଇଥିଲେ । ଏହାପରେ ଜଗତସିଂପୁର ଆଞ୍ଚଳିକ ପରିବହନ ବିଭାଗ, ରାଜ୍ୟ ସଡକ ସୁରକ୍ଷା ସଂଗଠନ ଓ ଇଫକୋର ମିଳିତ ସହଯୋଗରେ ନାଟକ ଓ ନୃତ୍ୟ ସଙ୍ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଗତସିଂପୁର ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଇଫକୋର ମହାପ୍ରବନ୍ଧକ ସୁରେଶ ଗୋୟେଲ, ଜି ଆଚାର୍ଯ୍ୟ, ମାନବ ସମ୍ବଳ ଅଧିକାରୀ ପ୍ରସନ୍ନ ବେଉରା ପ୍ରମୁଖ ବହୁ ଅଧିକାରୀ ଯୋଗ ଦେଇଥିଲେ । ପରେ ଜଗତସିଂପୁର ଓ କଟକ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ୨ଟି ସଡକ ସୁରକ୍ଷା ସଚେତନତା ରଥକୁ ପତାକା ଦେଖାଇ ଇଫକୋ ୟୁନିଟ ହେଡ ଶୁଭାରମ୍ଭ କରିଥିଲେ ।

Related posts

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ

mahabharatanews

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews

ଓଡ଼ିଶା ବାହାରେ ଖେଲିବ ଓଡ଼ିଆଙ୍କ ପାଇଁ ସହାୟତା କକ୍ଷ

mahabharatanews