ଓଡିଶା

ଯବାନ ଓ ମାଓବାଦୀ ମୁହାଁମୁହିଁ, ଦୁଇ ଘଣ୍ଟା ଗୁଳିବିନିମୟ

(ଛତିଶଗଡ଼) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା ।  ଏହି କ୍ରମରେ ଛତିଶଗଡର ବିଜାପୁର ସୁକୁମା ସୀମାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମୁର୍କାପାଲ ଜଙ୍ଗଲରେ କୋବ୍ରା ଯାବାନ ଓ ଏସଟିଏଫ ଯବାନଙ୍କ ସହ ମାଓବାଦୀଙ୍କ ପ୍ଲାଟୁନ ନଂ-୧ର ଏହି ଗୁଳିବିନିମୟ ହୋଇଥିବା ସୂଚନା ରହିଛି।ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ଗୁଳି ଓ ବୋମା ଶବ୍ଦରେ ଅଂଚଳ ଥରହର ହୋଇ ଉଠିଥିଲା। ଯବାନମାନଙ୍କ ପକ୍ଷରୁ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ରହିଛି।

 

ସୂଚନାନୁଯାୟୀ , ନିକଟରେ ମାଓବାଦୀ ଆନନ୍ଦଙ୍କର ମୃତ୍ୟୁ ହୋଇଥିଲା । ଫଳରେ ମାଓବାଦୀମାନେ ୨ମାସ ଧରି ଶୋକ ପାଳିବେ ବୋଲି ଘୋଷଣା କରିଥିଲେ  । ତାଙ୍କର ୬୯ ବର୍ଷ ବେରେ ହୃଦଘାତରେ ଚିକିତ୍ସା ଅଭାବରେ ହୋଇଥିବା ସୂଚନା ଦେଇଥିଲେ ମାଓବାଦୀ ।

Related posts

ସ୍ଵଚ୍ଛତା ପକ୍ଷରେ ଡାକ୍ତରଖାନା ପରିସର ସଫେଇ କଲେ ଡାକ୍ତର, ଶିକ୍ଷକ ଓ କର୍ମଚାରୀ

mahabharatanews

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews

ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews