ଓଡିଶା

ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ନାତକ ମହିଳା ମହାବିଦ୍ୟାଳୟ ରକ୍ତଦାନ ଶିବିର 

ଧର୍ମଗଡ଼ ଠାରେ ଓଡ଼ିଆ ପକ୍ଷ ଅବସରରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ରକ୍ତଦାନ ଅଭିଯାନ। ରକ୍ତଦାତାଙ୍କ ରକ୍ତର ପ୍ରତିଟି ବିନ୍ଦୁ କାହାର ଅମୂଲ୍ୟ ଜୀବନ ବଞ୍ଚାଇବା ସହ ଏକ ସୁରକ୍ଷିତ ସମାଜ ଗଠନରେ ସହାୟକ ହୋଇଥାଏ । ଏହି ମହତ ସେବା କାର୍ଯ୍ୟରେ ସାମିଲ ହୋଇ ମାନବିକତାର ପରିଚୟ ଦେବା ଏବଂ ଓଡ଼ିଶାକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ସଂକଳ୍ପବଦ୍ଧ ହେବାର ଶପଥ ନେଇ ସ୍ଥାନୀୟ ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଅଧ୍ୟକ୍ଷା ମୂର୍ତ୍ତୀ ମଞ୍ଜୁରୀ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷା ମନୀଷା ମିଶ୍ର, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଅମିତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ତଥା ରେଡକ୍ରସ୍ ଆଜୀବନ ସଦସ୍ୟ ହୃଷିକେଶ ମିଶ୍ର, ବିବେକାନନ୍ଦ ମିଶ୍ର, ବଙ୍କିମ ଚନ୍ଦ୍ର ମୁଣ୍ଡ, ଲଖିରାମ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ,  ଓଡ଼ିଶା ରକ୍ତ କେନ୍ଦ୍ର ଅଧିକାରୀ ଡା. ଚତୁର୍ଭୁଜ ପାଢ଼ୀ, କାଶିବାହାଲ ସିଆର ସିସି ରାଜେନ୍ଦ୍ର  ଦୁ୍ରିଆ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ ଯୁବ ପରାମର୍ଶଦାତା ମୋହନ ଚରଣ ବିଷି ନିଜର ୫୪ ତମ ରକ୍ତଦାନ କରିଥିଲେ। ଶିବିର ପରିଚାଳନାରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ସଂଜିଅମୂଲ୍ୟ ନାଏକ ପ୍ରମୁଖ ରକ୍ତଦାନ କରିଥିଲେ।ଏହା ଶିବିରରେ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Related posts

ଶ୍ରୀ ଜୀଉ ଙ୍କ ପ୍ରିୟ ଖାଦ୍ୟ ପଖାଳ, ଆଜି ରାଜ୍ୟ ପାଳୁଛି ପଖାଳ ଦିବସ

mahabharatanews

ଓଡିଶାରେ ଭିତ୍ତିଭୂମି ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ଉପହାର

mahabharatanews

୩ଟା ଯାଏ ଗୃହ ମୁଲତବୀ

mahabharatanews