Uncategorized

ଇରାନରୁ ଉଦ୍ଧାର ହେବେ ଜାମ୍ମୁ-କାଶ୍ମିର ଶିକ୍ଷାର୍ଥୀ: ଜୟଶଙ୍କର

(ନୂଆଦିଲ୍ଲୀ): କୋରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ତେବେ ଏହି ଭୁତାଣୁ ଇରାନ ଓ ଇଟାଲୀ ଭଳି ଦେଶରେ ବ୍ୟାପିବା ପରେ ଏଠାରେ ଶହ ଶହ ଲୋକଙ୍କ ଜୀବନ ନେଇଛି । ତେବେ ଏଭଳି ସ୍ଥିତିରେ ଇରାନରେ ଫସିଥିବା ଜାମ୍ମୁ କାଶ୍ôମୀରର କିଛି ଶିକ୍ଷାର୍ଥୀ ମାନଙ୍କୁ ଉଦ୍ଧାର କରାଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । କିଛି ଦିନ ତଳେ ସେ ଜାମ୍ମୁ କାଶ୍ମିର ଯାଇଥିବା ବେଳେ ସେଠାରେ ଥିବା କିଛି ପରିବାରଙ୍କ ସହ କଥା ହୋଇଥିଲେ । ସେମାନଙ୍କ ମଧ୍ୟରେ ଇରାନରେ ପାଠ ପଢୁଥିବା କିଛି ଶିକ୍ଷାର୍ଥୀଙ୍କ ପରିବାର ଲୋକଙ୍କୁୁ ଭେଟିଥିଲେ । ଏହି ଶିକ୍ଷାର୍ଥୀମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ସ୍ୱଦେଶ ଫେରାଇ ଆଣିବାକୁ ସରକାର ଉଦ୍ୟମ ଚଳାଇଛନ୍ତି ବୋଲି ସେ ଆଶ୍ୱାସନା ଦେଇଥିବା କହିଛନ୍ତି । ଗୁରୁବାର ଲୋକସଭା ଅଧିବେଶନ ଚାଲିଥିବା ବେଳେ ଜୟଶଙ୍କର ଗୃହକୁ ଇରାନରୁ ଶିକ୍ଷାର୍ଥୀଙ୍କ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି । ତେବେ ଇରାନର ବିଭିନ୍ନ ସ୍ଥାନରେ ସମୁଦାୟ ୬ ହଜାର ଶିକ୍ଷାର୍ଥୀ ଫସି ରହିଛନ୍ତି । ଏମାନଙ୍କ ମଧ୍ୟରେ ଜାମ୍ମୁ-କାଶ୍ମିର, ଲଦାଖ ଏବଂ ମହାରାଷ୍ଟ୍ରର ଏକ ହଜାରରୁ ଅଧିକ ତୀର୍ଥଯାତ୍ରୀ ରହିଥିବା ଜଣାପଡିଛି । ୩୦୦ ଜଣ କେବଳ ଜାମ୍ମୁ କାଶ୍ମିରର ଶିକ୍ଷାର୍ଥି ଏମାନଙ୍କ ମଧ୍ୟରେ ରହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ଇରାନରୁ ୫୮ ଜଣ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଘାଜିଆବାଦ ଠାରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା ।

Related posts

ଟ୍ରାକ୍ଟର ରାଲିରେ ହିଂସା ପଛରେ  ପଞ୍ଜାବୀ ଅଭିନେତାଙ୍କ ହାତ

mahabharatanews

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସ୍ଚାର୍ଜ

mahabharatanews

ଆପ ନେତାଙ୍କ ଛାତରୁ ପେଟ୍ରୋଲ ବୋମା ଉଦ୍ଧାର

mahabharatanews