Uncategorized

ଇରାନ ଉପରେ ଭୟାବହ ଆକ୍ରମଣ କରିବାକୁ ଟ୍ରମ୍ପଙ୍କ ଚେତାବନୀ

(ୱାଶିଂଟନ): ଆମେରିକାର କୌଣସି ସେନା ଆଡ୍ଡା ବା ତା’ର ନାଗରିକମାନଙ୍କ ଉପରେ ଆକ୍ରମଣ ହେଲେ ବିଶ୍ୱବାସୀ କେବେ ଦେଖି ନଥିବା ଭଳି ଆକ୍ରମଣ ଇରାନ ଉପରେ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ଚେତାବନୀ ଦେଇଛନ୍ତି । ଏପରି ହେଲେ ସମ୍ପୂର୍ଣ୍ଣ ନୁଆ ଓ ସୁନ୍ଦର ଆମେରିକୀୟ ଅସ୍ତ୍ର ଓ ସେନାବାହିନୀ ନେଇ ଇରାନ ଉପରେ ଆକ୍ରମଣ କରାଯିବ ବୋଲି ସେ କହିଛନ୍ତି ।

ଇରାନର ସେନା କମାଣ୍ଡର ମେଜର ଜେନେରାଲ କାଶିମ ସୁଲେମାନୀଙ୍କୁ ୨ ଦିନ ତଳେ ଡ୍ରୋନ ଆକ୍ରମଣରେ ହତ୍ୟା କରାଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ବିବାଦ ତେଜିଛି । ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନର ସର୍ବୋଚ୍ଚ ନେତା ଆୟୋତାଲ୍ଲା ଖାମେନି ମଧ୍ୟ ଘୋଷଣା କରିଥିଲେ । ଏହି ଧମକର ପ୍ରତ୍ୟୁତ୍ତର ଦେବାକୁ ଯାଇ ଟ୍ରମ୍ପ ଏଭଳି କହିଛନ୍ତି । ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ନିକଟରେ ଯୁକ୍ତରାଷ୍ଟ୍ର ଆମରିକା ସାମରିକ ଉପକରଣ ବାବଦରେ ୨ ଟ୍ରିଲିୟନ ଆମେରିକୀୟ ଡଲାର ବ୍ୟୟ କରିଛି । ଆମେରିକୀୟ ସେନାବାହିନୀ ବିଶ୍ୱର ସର୍ବଶ୍ରେଷ୍ଠ ସେନା ଭାବେ ପରିଗଣିତ ହୁଅନ୍ତି ।

ସୂଚନାଯୋଗ୍ୟ, ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆମେରିକାର କେତେକ ଆଡ୍ଡା ଉପରେ ଆକ୍ରମଣ କରିବାକୁ ଇରାନ କହିଥିଲା । ତେବେ ଏହାର ଜବାବ ଦେବାକୁ ଯାଇ ଏପରି ହେଲେ ଆମେରିକା ଏହାର ପ୍ରତ୍ୟୁତ୍ତର ଦେବ । ଏଥିପାଇଁ ୫୨ ଟି ଇରାନୀୟ ସ୍ଥାନ ଆମେରିକା ଚୟନ କରିସାରିଛି ବୋଲି ଶନିବାର ଟ୍ୱିଟ କରି ଟ୍ରମ୍ପ ଦର୍ଶାଇଥିଲେ ।

Related posts

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ଆଚାର

mahabharatanews

ଦେଶରେ ସଂକ୍ରମଣ ୪ ଲକ୍ଷ ୨୫ ହଜାର ୨୮୨

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

mahabharatanews