ଓଡିଶା

ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ

(ମହାଭାରତ/ଭୁବନେଶ୍ବର): ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ମହାମାରୀ କରୋନା କାୟା ବିସ୍ତାର କରିଛି । ଫଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ପୁଣି ୧୭୦ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୪୩ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୭ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି। ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ କର୍ମଚାରୀ ଅଛନ୍ତି।
ଆଜି ଚିହ୍ନଟ ହୋଇଥିବା ୧୭୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ଜଣ ରହିଛନ୍ତି। ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧା ୧୯, ଯାଜପୁର ୩, ମାଲକାନଗିରି ୫, ପୁରୀ ୬, କଟକ ୧୪, ନୟାଗଡ଼ ୩, ଗଜପତି ୧୬, ବରଗଡ଼ ୧, କେନ୍ଦ୍ରାପଡ଼ା ୬, ସମ୍ବଲପୁର ୨ ଓ କୋରାପୁଟ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷେ ଶନିବାର ସୁଦ୍ଧା ରାଜ୍ୟରେ ମୋଟ ୪୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦୩ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

ଜଣେ ସେବାୟତ କରୋନା ପଜିଟିଭ

mahabharatanews

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews

୧୨ ବସ୍ତା ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ

mahabharatanews