(ମହାଭାରତ, ଲକ୍ଷେ୍ନø): ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ନିଜର କରୋନା ଟେଷ୍ଟ କରାଇଛନ୍ତି । ବଲିଉଡ ଗାୟିକା କନିକା କପୁରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ କନିକା ଯେଉଁ ପାର୍ଟିରେ ଯୋଗ ଦେଇଥିଲେ ସେଥିରେ ଜୟ ପ୍ରତାପ ମଧ୍ୟ ଯୋଗ ଦେଇଥିଲେ । ଏଣୁ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ମଧ୍ୟ ସଂକ୍ରମିତ ହୋଇଥିବା ଆଶଙ୍କା କରି ନିଜର ଟେଷ୍ଟ କରାଇଛନ୍ତି । ଶନିବାର ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଆଶ୍ୱସ୍ତ ହୋଇଛନ୍ତି । ରିପୋର୍ଟ ଆସିବା ପୂର୍ବରୁ ସେ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଥିଲେ । ଅନ୍ୟପଟେ କନିକା ବିଦେଶରୁ ଫେରିବା ପରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନ କରାଇ ପାର୍ଟିର ଆୟୋଜନ କରିଥିଲେ । ଯାହା ଫଲରେ ଅନେକ ଲୋକ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେବେ ଦେଶ ଏଭଳି ବିପତ୍ତି ଦେଇ ଗତି କରୁଥିବା ବେଳେ କନିକାଙ୍କ ଅବହେଳା ଅନ୍ୟମାନଙ୍କୁ ଚିନ୍ତାରେ ପକାଇଛି । ଏଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
previous post
next post
