ଓଡିଶା

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର/ମୃତ୍ୟୁଞ୍ଜୟ ଭୋଇ: ମୌସୁମୀ ଉତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।
ଅଗଷ୍ଟ ୩ ସୁଦ୍ଧା ଏହି ଲଘୁଚାପ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଘନୀଭୂତ ହେବାର ସମ୍ଭାବନା ରହିଛି । ଏଥି ସହିତ ଅଗଷ୍ଟ ୪ ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟ ଏକ ଲଘୁଚାପ ଏହି ଲଘୁଚାପ ସହ ମିଶିଯିବାର ସମ୍ଭାବନା ରହିଛି । ଏହା ଫଳରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଅଗଷ୍ଟ ୩ ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାବେଳେ ଅଗଷ୍ଟ ୪ ଏବଂ ୫ ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅଗଷ୍ଟ ୪ ରୁ ୬ ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ଢ଼େଙ୍କାନାଳ, ଅନୁଗୁଳ, ସୋନ୍‌ପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, ବରଗଡ, ଝାରସୁଗୁଡା ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସ ମ୍ଭାବନା ରହିଛି ବୋଲି ଡଃ ସାହୁ କହିଛନ୍ତି ।

Related posts

ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହାଇକୋର୍ଟରେ ମାମଲା

mahabharatanews

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଭେଟି ଆଲୋଚନା କରିଛନ୍ତି

mahabharatanews

ମାଗଣା ମଧୁମେହ ପରୀକ୍ଷା ଶିବିର

mahabharatanews