Uncategorized

ଏଠାରେ ଭଗବାନ ନରସିଂହ ବର୍ଷକୁ ଥରେ ମାତ୍ର ଦର୍ଶନ ଦେଇଥାନ୍ତି

(ମହାଭାରତ): ଯେବେ ଯେବେ ସଂସାରରେ ଅଧର୍ମର ମାତ୍ରା ବଢିଛି, ସେବେ ସେବେ ଭଗବାନ ବିଷ୍ଣୁ ଭିନ୍ନ ଭିନ୍ନ ଅବତାର ନେଇ ଏହି ପୃଥିବୀରେ ଜନ୍ମ ନେଇ ଅଧର୍ମୀ ମାନଙ୍କର ବିନାଶ କରିଛନ୍ତି । ସତ୍ୟଯୁଗରେ ନିଜ ଭକ୍ତ ପ୍ରହଲାଦକୁ ରକ୍ଷା କରିବା ପାଇଁ ବିଷ୍ଣୁ ନରସିଂହ ଅବତାର ଧାରଣ କରିଥିଲେ । ସେବେଠାରୁ ହିଁ ଭଗବାନଙ୍କ ନରସିଂହଙ୍କ ଏହି ଅବତାରକୁ ପୂଜା କରାଯାଇ ଆସୁଛି । ଆଜି ବି କେତେକ ସ୍ଥାନରେ ଭଗବାନ ନରସିଂହଙ୍କ ମନ୍ଦିର ସ୍ଥାପିତ ହୋଇଛି । ବିଶାଖାପାଟନମ ଠାରୁ ୧୬କିମି ଦୂରରେ ଅବସ୍ଥିତ ସିଂହାଚଳମ ପର୍ବତରେ ଅବସ୍ଥିତ ସିଂହାଚଳମ ମନ୍ଦିରକୁ ଭଗବାନ ନରସିଂହଙ୍କ ଏକ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ଆଉ ଏକ ବିଶେଷତା ହେଉଛି ଏଠାରେ ଭଗବାନ ନରସିଂହଙ୍କ ସହ ମା’ ଲକ୍ଷ୍ମୀ ବି ପୂଜା ପାଉଛନ୍ତି । ସେଠାରେ ତାଙ୍କ ପ୍ରତିମା ଉପରେ ପ୍ରତିଦିନ ଚନ୍ଦନ ଲେପ ଦିଆଯାଇଥାଏ ।

ବର୍ଷକୁ କେବଳ ଗୋଟିଏ ଥର ଅକ୍ଷୟ ତୃତୀୟା ଅବସରରେ ହିଁ ଏହି ଚନ୍ଦନ ଲେପକୁ ବାହାର କରାଯାଇଥାଏ । ଚନ୍ଦନ ଲେପ ବାହାର କରିବା ଦ୍ୱାରା ଦର୍ଶନାର୍ଥୀ ମାନେ ଭଗବାନ ନରସିଂହଙ୍କ ମୂର୍ତ୍ତିର ଦର୍ଶନ ଭଲ ଭାବେ କରିପାରନ୍ତି । ମାନ୍ୟତା ଅଛିକି ଏହି ମନ୍ଦିରଟିର ନିର୍ମାଣ ଭକ୍ତ ପ୍ରହ୍ଲାଦ ହିଁ କରାଇଥିଲେ । ଭଗବାନ ନରସିଂହ ରାକ୍ଷସ ହିରଣ୍ୟକଶ୍ୟପର ବଦ୍ଧ କରିବା ପରେ ହିଁ ଭକ୍ତ ପ୍ରହ୍ଲାଦ ଏହି ମନ୍ଦିରଟିର ନିର୍ମାଣ କରାଇଥିଲେ । କିନ୍ତୁ ସମୟ ଅନୁସାରେ ସେହି ପୁରୁଣା ମନ୍ଦିରଟିର ମାଟିରେ ମିଶିଯାଇଥିଲା । ପରେ ତାହାର ପୁନଃନିର୍ମାଣ ପୂରୁସ୍ୱା ନାମକ ରାଜା କରାଇଥିଲେ । ଏହା ବିଷୟରେ ସିଂହଚଳମର ଅଫିସିଆଲ ୱେବସାଇଟରେ ବି ଉଲ୍ଲେଖ ଅଛି । କୁହାଯାଏ କି ରାଜା ପୂରୁସ୍ୱା ହିଁ ମାଟିରେ ମିଶି ଯାଇଥିବା ଭଗବାନଙ୍କ ପୁନରୁଦ୍ଧାର କରି ତାଙ୍କୁ ଚନ୍ଦନ ଲେପ ଦେଇ ଘୋଡାଇ ଦେଇଥିଲେ ।

ବର୍ଷକୁ ଥରେ ମାତ୍ର ଅକ୍ଷୟ ତୃତୀୟା ଅବସରରେ ହିଁ ଚନ୍ଦନର ଏହି ଲେପକୁ ହଟାଇ ଦିଆଯାଇଥାଏ । ଏହି ଦିନ ଏଠାରେ ଏକ ବିରାଟ ଉତ୍ସବର ବି ଆୟୋଜନ କରାଯାଇଥାଏ । ପ୍ରତିଦିନ ସକାଳ ୪ଟାରେ ମନ୍ଦିରରେ ମଙ୍ଗଳ ଆଳତି ସମେତ ଦର୍ଶନ ଆରମ୍ଭ ହୋଇଥାଏ । ବର୍ଷ ସାରା ଭକ୍ତମାନଙ୍କ ଭିଡ ଲାଗିଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ, ହିରଣ୍ୟକଶ୍ୟପର ବଦ୍ଧ ପରେ ବି ତାଙ୍କ ରାଗ ଶାନ୍ତ ହୋଇନଥିଲା । କ୍ରୋଧରେ ତାଙ୍କ ଶରୀର ରାଗରେ ଯେମିତି ଜଳି ଉଠିଥିଲା । ତାଙ୍କ ଶରୀରକୁ ଥଣ୍ଡା କରିବା ପାଇଁ ହିଁ ଚନ୍ଦନ ଲେପ ଦିଆଯାଇଥିଲା । ସେବେଠାରୁ ହିଁ ଏହି ଚନ୍ଦନ ଲାଗି ପ୍ରଥା ଚାଲିଆସୁଛି ।

Related posts

ଡିସେମ୍ବର ପ୍ରାରମ୍ଭରେ ଇଣ୍ଡିଗୋ ଏୟାର ଲାଇନ୍ସ ସର୍ଭର ହ୍ୟାକ ନେଇ କମ୍ପାନୀ ପକ୍ଷରୁ ସୂଚନା

mahabharatanews

ମୋହନ ସରକାରରେ ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’

mahabharatanews

ପାଟଣା ଏମ୍ସ : ୪୦୦ ନର୍ସିଙ୍ଗ ଷ୍ଟାଫ ଧର୍ମଘଟରେ

mahabharatanews