Uncategorized

ସବୁ ସମସ୍ୟାରୁ ମୁକ୍ତି ଦିଏ ଗଙ୍ଗାଜଳ

(ମହାଭାରତ): ଭାରତୀୟ ସଂସ୍କୃତିରେ ଗଙ୍ଗା ନଦୀକୁ ପୂଜନୀୟ ବୋଲି କୁହାଯାଏ । ଏହି କାରଣରୁ ଗଙ୍ଗାଜଳରେ ସ୍ନାନ କଲେ ଆପଣଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ । ତେବେ ଆପଣ ଜାଣନ୍ତି କି? ଗଙ୍ଗାଜଳରେ ମଧ୍ୟ କେତେକ ଜ୍ୟୋତିଷ ଉପାୟକୁ ସମ୍ପନ୍ନ କରାଯାଇଥାଏ । ଏହା ସାହାଯ୍ୟରେ ଜୀବନର ଅନେକ ସମସ୍ୟାକୁ ଦୂର କରାଯାଇପାରେ । ଆଜି ଆମେ ଆପଣଙ୍କୁ ଗଙ୍ଗାଜଳ ସହ ଜଡିତ କିଛି ଉପାୟ କହିବୁ, ଯଦ୍ଦ୍ୱାର ବିପଦକ୍ୁ ଟାଳିହେବ ।
୧- ବାସ୍ତୁଶାସ୍ତ୍ର ଅନୁସାରେ, ଗଙ୍ଗାଜଳକୁ ଭଗବାନ ଶିବଙ୍କ ଶିରୀରେ ପ୍ରତିଦିନ ଲାଗି କରିବା ଦ୍ୱାରା ଧନପ୍ରାପ୍ତି ଯୋଗ ବଢିଥାଏ । ଏହାସହିତ ପଇସାର ଅଭାବ ମଧ୍ୟ ଦୂର ହୋଇଯାଏ ।
୨- ବାସ୍ତୁଦୋଷ ଥିଲେ, ଘରେ ପ୍ରତିଦିନ ଗଙ୍ଗାଜଳ ସିଞ୍ଚନ କରନ୍ତୁ ।
୩- କରଜରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବହୁତ ଉପଯୋଗୀ ହୋଇଥାଏ । ଗୋଟିଏ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଭର୍ତ୍ତି କରି ଏହାକୁ ନିଜ କଠୋରୀର ଉତ୍ତର ଦିଗରେ ରଖନ୍ତୁ ।
୪- ଘରର ସୁଖ,ସମୃଦ୍ଧ ପାଇଁ ସର୍ବଦା ଘରେ ଗଙ୍ଗାଜଳ ଭରିକି ରଖନ୍ତୁ ।
୫- ରୋଗରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବ୍ୟବହାର କଲେ, କୌଣସି ପ୍ରକାର ରୋଗ ଶରୀରରେ ପ୍ରବେଶ କରିପାରିନଥାଏ ।

Related posts

କାଜାକସ୍ତାନରେ ବିମାନ ଦୁର୍ଘଟଣା, ୧୪ ଯାତ୍ରୀଙ୍କ ମୃତ୍ୟୁ

mahabharatanews

ୟୁକେର ପ୍ରଥମ ମହିଳା ଆତ୍ମଘାତୀ ବୋମା ଷଡଯନ୍ତ୍ରକାରୀ ଶ୍ରୀଲଙ୍କାପରି ଏକ ଆତଙ୍କୀ ଆକ୍ରମଣର ଯୋଜନା କରୁଥିଲେ

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews