(ଭୁବନେଶ୍ୱର) : ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଉଡ଼ିବ ବିମାନ । ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ବଢ଼ିଛି। ରାଜ୍ୟ ସରକାର ପର୍ଯ୍ୟଟନକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶାରେ ବହୁ ସଂଖ୍ୟାରେ ପର୍ଯ୍ୟଟନସ୍ଥଳୀ ରହିଛି। ବିଶେଷକରି ବୌଦ୍ଧ ପର୍ଯ୍ୟଟନ ଭରପୁର ରହିଥିବାରୁ କଲମ୍ବୋରୁ ସିଧାସଳଖ ବିମାନ ଚଳାଚଳ ଦ୍ବାରା ଓଡ଼ିଶା ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହ ଉଭୟ ସ୍ଥାନର ପର୍ଯ୍ୟଟନ ଆହୁରି ବିକାଶ ହୋଇପାରିବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ସ୍ୱପ୍ନ, ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ଦୁବାଇ, ବ୍ୟାଙ୍କକ୍ ଓ ସିଙ୍ଗାପୁର ବିମାନ ଚଳାଚଳ ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଆଇଟି, ବାଣିଜ୍ୟ ଓ ଆଇଟିଇଏସ୍ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ସୃଷ୍ଟି ହୋଇଛି।
