ଓଡିଶା

ଏଣିକି ଭୁବନେଶ୍ୱର ରୁ କଲମ୍ବୋକୁ ଉଡ଼ିବ ବିମାନ 

(ଭୁବନେଶ୍ୱର) :  ଭୁବନେଶ୍ୱର ବିମାନ ବନ୍ଦରରୁ  ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଉଡ଼ିବ ବିମାନ । ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ପର୍ଯ୍ୟଟନ ‌କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ବଢ଼ିଛି। ରାଜ୍ୟ ସରକାର ପର୍ଯ୍ୟଟନକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶାରେ ବହୁ ସଂଖ୍ୟାରେ ପର୍ଯ୍ୟଟନସ୍ଥଳୀ ରହିଛି। ବିଶେଷକରି ବୌଦ୍ଧ ପର୍ଯ୍ୟଟନ ଭରପୁର ରହିଥିବାରୁ କଲମ୍ବୋରୁ ସିଧାସଳଖ ବିମାନ ଚଳାଚଳ ଦ୍ବାରା ଓଡ଼ିଶା ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହ ଉଭୟ ସ୍ଥାନର ପର୍ଯ୍ୟଟନ ଆହୁରି ବିକାଶ ହୋଇପାରିବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ସ୍ୱପ୍ନ, ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ଦୁବାଇ, ବ୍ୟାଙ୍କକ୍‌ ଓ ସିଙ୍ଗାପୁର ବିମାନ ଚଳାଚଳ ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଆଇଟି, ବାଣିଜ୍ୟ ଓ ଆଇଟିଇଏସ୍‌ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ସୃଷ୍ଟି ହୋଇଛି।

Related posts

ସୁରତରେ ଫସିଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ ପହଞ୍ଚାଇଲେ କେଦ୍ରମନ୍ତ୍ରୀଧର୍ମେଦ୍ର ପ୍ରଧାନ 

mahabharatanews

ଶିଶୁ ସେବିକା ନିଯୁକ୍ତି ପାଇଁ ପ୍ରଦତ୍ତ ହେଲା ନିର୍ଦ୍ଦେଶନାମା 

mahabharatanews

ଛତ୍ରପୁର ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା

mahabharatanews