(ମହାଭାରତ): ସାଧାରଣତଃ ଲୋକ ମରିବା ପୂର୍ବରୁ ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାନାକୁ ନିଜ ଉତ୍ତରାଧୀକାରୀଙ୍କୁ ଦେଇଥାନ୍ତି । ହେଲେ ଅନ୍ୟ କିଛି ଲୋକ ଘରେ ରଖିଥିବା ଗୃହପାଳିତ ପଶୁଙ୍କ ନାମରେ ମଧ୍ୟ ସମ୍ପତ୍ତିକୁ ଉତ୍ସଗ କରିଥାନ୍ତି । ଏହାକୁ ନେଇ ଏକ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା । ଯାହାର ନାମ ଥିଲା ଏଣ୍ଟରଟେନମେଣ୍ଟର । ଯାହାକି ଅକ୍ଷୟ କୁମାରଙ୍କ ଫିଲ୍ମ ଥିଲା । ଯେଉଁଥିରେ ଏକ କୁକୁର କୋଟି କୋଟି ସମ୍ପତ୍ତିର ମାଲିକ ଥିଲା । କିନ୍ତୁ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକେ ଗୃହପାଳିତ ପଶୁ ନାମରେ ନୁହେଁ ରାସ୍ତାରେ ବୁଲୁଥିବା କୁକୁରଙ୍କ ନାମରେ ସମ୍ପତ୍ତି କରିଥାନ୍ତି । ସେ ପୁଣି କୋଟି କୋଟି ଟଙ୍କାର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଗାଁର ନାମ ହେଉଛି ପାଞ୍ଚୋଟ । ଏହି ଗାଁ ଗୁଜୁରାଟରେ ଅବସ୍ଥିତ ।
ଗୁଜୁରାଟର ମେହସାନା ଜିଲ୍ଲାରେ ଅବସ୍ଥିତ ଏହି ଗାଁରେ ରାସ୍ତାରେ ବୁଲୁଥିବା ଅନେକ କୁୁକୁର ବୁଲୁଛନ୍ତି ଯେଉଁମାନେ କୋଟି ପତି ଅଟନ୍ତି । କୁହାଯାଏ ଯେ ଏଠାରେ ମାଧୀଙ୍କ ପାଟି କୁତାରିଆ ନାମକ ଏକ ସଂସ୍ଥା ରହିଛି । ଯିଏ କି କୁକୁରଙ୍କ ଯତ୍ନ ଏବଂ ଉନ୍ନତି ପାଇଁ କୁକୁରଙ୍କ ନାମରେ ୨୧ ବିଘାରୁ ଅଧିକ ଜମି ଦାନରେ ଦେଇଛି ।
ସେଠାରେ ଏକ ବାଇପାସ ରାସ୍ତା ଥିବାରୁ ଜମି ମୂଲ୍ୟ ବିଗା ପିଛା ପ୍ରାୟ ୩.୫ କୋଟି ଟଙ୍କା ରହିଛି । ଏହି ଟ୍ରଷ୍ଟରେ ପ୍ରାୟ ୭୦ ଟି କୁକୁର ଅଛନ୍ତି । ଏହି ପରିପେକ୍ଷୀରେ ପ୍ରାୟ ପ୍ରତ୍ୟେକ କୁକୁରର ସମ୍ପତ୍ତି ପ୍ରାୟ ୧ କୋଟି ଟଙ୍କା ରହିଛି ।
କୁୁକର ମାନଙ୍କ ନାମରେ ଏତେ ସମ୍ପତ୍ତି ଥିବାରୁ କେହି ସେମାନଙ୍କୁ କ୍ଷତି କରନ୍ତି ନାହିଁ । ଏଡି ସମୟରେ ଟ୍ରଷ୍ଟ ଦ୍ୱାରା ସେମାନେ ବହୁତ ଯତ୍ନ ନିଅନ୍ତି । ସେମାନଙ୍କୁ ଭଲ ଖାଦ୍ୟ ଦିଆଯାଏ । ଆହୁରି ମଧ୍ୟ ସେମାନଙ୍କର ସମସ୍ତ ଇଚ୍ଚାକୁ ସମ୍ମାନ ଦିଆଯାଇଥାଏ । ଆଉ ପୁରଣ କି କରାଯାଇଥାଏ । ଲୋକମାନେ ସେମାନଙ୍କର ଜମି କିମ୍ବା ଚାଷକୁ ଟ୍ରଷ୍ଟକୁ ଦାନ କରନ୍ତି । କେତେକ ଜମିରେ ଦୋକାନ ତିଆରି କରାଯାଇଛି । ଏହି ଦୋକାନକରୁ ଯାହା ଆୟ କରାଯାଇଥାଏ ସେଥିରୁ କୁୁକୁରଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥାଏ ।