Uncategorized

ଏଲଓସିରେ ସ୍ଥିତି ଖରାପ ହୋଇପାରେ: ରାୱତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ପାକିସ୍ତାନକୁ ଲାଗିଥିବା ନିୟନ୍ତ୍ରଣ ରେଖା (ଏଲଓସି)ରେ ଯେକୌଣସି ସମୟରେ ସ୍ଥିତି ଖରାପ ହୋଇପାରେ ବୋଲି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଆଶଂକା ପ୍ରକାଶ କରିଛନ୍ତି । ତେବେ ଭାରତୀୟ ସେନା ଏପରି କୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା ରାୱତ କହିଛନ୍ତି । ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସୀମାରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ଜାରି ରହିଥିବା ବେଳେ ଜେନେରାଲ ରାୱତଙ୍କ ଏହି ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ଏଲଓସିରେ ସ୍ଥିତି ଯେକୌଣସି ପରିସ୍ଥିତିରେ ବିଗିଡି ପାରେ । ସ୍ଥିତିର ସାମ୍ନା କରିବାକୁ ଆମକୁ ପ୍ରସ୍ତୁତ ରହିବା ଦରକାର ।

ଉଲ୍ଲେଖଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ଅଗଷ୍ଟରୁ ଅକ୍ଟୋବର ମାସ ଭିତରେ ପାକିସ୍ତାନ ପକ୍ଷରୁ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିବା ଶୀତ ଅଧିବେଶନ କାଳରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜୀ.କିଷନ ରେ‡ୀ କହିଥିଲେ ।

Related posts

ସାତ ମିନିଟ୍ ବି ରାହିଲାନି ସାତ ଜନ୍ମର ଶପଥ

mahabharatanews

ଅଦାଲତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର

mahabharatanews

ସୁନ୍ଦର ପିଚାଇ ‘ଆଲଫାବେଟ୍’ର ନୂଆ ସିଇଓ

mahabharatanews