Uncategorized

ଏହିସବୁ କାମ ପାଇଁ ବ୍ୟବହାର କରିପାରରିବେ ‘ବେବି ପାଉଡର’

(ମହାଭାରତ): ଘରେ ଛୋଟ ପିଲାଙ୍କ ପାଇଁ ସାଧାରଣତଃ ବେବି ପାଉଡର ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି । ଶିଶୁଙ୍କ ସ୍କିନ ଖୁବ୍ କୋମଳ ଥିବାରୁ ଇଆଡୁ ସିଆଡୁ ପାଉଡର ବଦଳରେ ‘ବେବି ପାଉଡର’ ବ୍ୟବହାର ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତିି । ତେବେ ‘ବେବି ପାଉଡର’କୁ କେବଳ ଶିଶୁଙ୍କ ପାଇଁ ନୁହେଁ,ବୟସ୍କମାନେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ନିଜେ ବ୍ରବହାର ମଧ୍ୟ କରିପାରିବେ ।

ଏବେ ଆସନ୍ତୁ ଜାଣିବା, ବୟସ୍କମାନେ ଅନ୍ୟ କେଉଁ ସବୁ କାମ ପାଇଁ ‘ବେବି ପାଉଡର’ ବ୍ୟବହାର କରିପାରିବେ ।
୧- ଯଦି ଆପଣଙ୍କ କେଶ ଅଧିକ ତେଲିଆ ଲାଗି ଚିପ୍ଚିପ୍ କରୁଛି ଓ ଏହାକୁ ଶାମ୍ପୁ କରିବା ପାଇଁ ଆପଣଙ୍କ ସମୟ ନାହିଁ,ତେବେ କେଶରେ କିଛି ବେବି ପାଉଡର ଛିଞ୍ଚି ଦିଅନ୍ତୁ କିମ୍ବା ପାନିଆରେ କିଛି ବେବି ପାଉଡର ଲଗାଇ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ । ଏଡାଦ୍ୱାରା ଚିପ୍ଚିପ୍ ଦୂର ହୋଇଯିବ ।
୨- ଆଖି କଜଳ କିମ୍ବା ପିତାରେ ମସ୍କରା ଲଗାଇ ସାରିବା ପରେ ତା’ର ଆଖପାଖ ଅଂଶରେ କିଛି ବେବି ପାଉଡର ମାଲିସ୍ କରି ଦିଅନ୍ତୁ । ଏଭଳି କଲେ,ମସ୍କରା ଆଉ ଆଖିସାରା ବୋଳି ହୋଇଯିବାର ଆଶଙ୍କା ରହିବ ନାହିଁ ।
୩- ଆପଣ ଯଦି ଓଠକୁ ‘ମ୍ୟାଟ ଲୁକ୍’ ଦେବାକୁ ଚାହୁଁଛନ୍ତି,କିନ୍ତୁ ଆପଣଙ୍କ ପାଖରେ ମ୍ୟାଟ ବଦଳରେ କେବଳ ଗ୍ଲସି ଲିପଷ୍ଟିକ ଅଛି,ତେବେ ବି ଚିନ୍ତା କରନ୍ତୁ ନାହିଁ । ଓଠରେ ଗ୍ଲସି ଲିପଷ୍ଟିକ୍ ଲଗାଇବା ପରେ ଏହା ଉପରେ ଟିକେ ବେବି ପାଉଡର ଥାଫି ଥାପି ଲଗାନ୍ତୁ । ଏହାପରେ ଏକ ଟିସୁ ପେପରକୁ ଦୁଇ ଓଠ ମଝିରେ ରଖି ଚାପି ଦିଅନ୍ତୁ,ଦେଖିବେ ଆପଣଙ୍କ ଓଠକୁ ‘ମ୍ୟାଟ ଲୁକ୍’ ମିଳିଯିବ ।
୪- ଖରାଦିନେ ଅନେକଙ୍କ ପାଦରୁ ଝାଳ ବାହାରି ଜୋତାରୁ ଦୁର୍ଗନ୍ଧ ଆସିଥାଏ । ଆପଣଙ୍କ କ୍ଷେତ୍ରରେ ଯଦି ଏମିତି କିଛି ହେଉଛି,ତେବେ କିଛି ବେବି ପାଉଡର ଜୋତା ଭିତରେ ଛିଞ୍ଚି ଦିଅନ୍ତୁ । କିଛି ସମୟ ପରେ ଆପଣଙ୍କ ଜୋତାରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ ।
୫- ଅନେକ ସମୟରେ ଅସାବଧାନତା ଯୋଗୁ ଆପଣଙ୍କ ମନପସନ୍ଦର ଡ୍ରେସ ବା ଅନ୍ୟ କପଡାରେ ପଡି ଦାଗ ହୋଇଯାଇଥାଏ । ଏହା ଦେଖିବାକୁ ଖରାପ ଲାଗିବା ସହ ଏଥିରୁ ତେଲିଆ ଗନ୍ଧ ମଧ୍ୟ ଆସିଥାଏ । କିଛି ବେବି ପାଉଡର ନେଇ ତେଲ ପଡିଥିବା ସ୍ଥାନରେ ଲଗାଇ ଘସି ଦିଅନ୍ତୁ । ଏହାପରେ କପଡାକୁ ସଫା କରି ଦିଅନ୍ତୁ,ଦେଖିବା ତେଲ ଦାଗ ସମ୍ପୂର୍ଣ୍ଣ ଚାଲିଯିବ ।

Related posts

ପ୍ରବାସୀଙ୍କ ଟ୍ରେନ ଖର୍ଚ୍ଚ ପାଇଁ ଆଇନଜୀବୀଙ୍କ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅନୁମୋଦନ

mahabharatanews

ଦେଶରେ ୨୭୮୯୨ ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଙ୍କ ମୃତ୍ୟୁ

mahabharatanews

ସିଏଏକୁ ନେଇ ବିଜେପିର ଜନ ସଚେତନତା ଅଭିଯାନ ଆରମ୍ଭ

mahabharatanews