Uncategorized

ଏହିସବୁ ରଙ୍ଗ ଘରକୁ ଦେଇଥାଏ ବଢିଆ ଲୁକ୍

(ମହାଭରତ): ଘରର ବାହାରର ରଙ୍ଗ ପାଇଁ ଅନେକ ଲୋକ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତି । କିନ୍ତୁ ଅନେକ ଘରର ଭିତରର ରଙ୍ଗକୁ ଏତେ ଧ୍ୟାନ ଦିଅନ୍ତି ନାହିଁ । ତେବେ ରଙ୍ଗ ବାଛି ନଜାଣିଲେ ଯେତେ ସୁନ୍ଦର ଡିଜାଇନରର ଘର ହୋଇଥିଲେ ବି ତାହା ଆଖିକୁ ଭଲ ଦିଶେ ନାହିଁ । ଘରର ଭିତରର ରଙ୍ଗ ପାଇଁ କେହି କେହି କଲର ଡିଜାଇନରଙ୍କ ପରାମର୍ଶ ନିଅନ୍ତି । ତେବେ ସେମାନଙ୍କ ବିନା ସହାୟତାରେ ମଧ୍ୟ ଆପଣ ଘର ପାଇଁ ସଠିକ୍ ରଙ୍ଗ ବାଛି ପାରିବେ । ତା’ହେଲେ ଆସନ୍ତୁ ଜାଣିବା ଘରର କେଉଁ ରୁମରେ କେଉଁ ରଙ୍ଗ ଦେବା ଉଚିତ୍ ।
୧- ରୋଷେଇ ଘରେ ଲାଲ କିମ୍ବା କମଳା ରଙ୍ଗ କରନ୍ତୁ ।
୨- ବାଥରୁମରେ ଧଳା କିମ୍ବା ହାଲକା ନୀଳ ରଙ୍ଗ କରନ୍ତୁ ।
୩- ଗେଷ୍ଟଙ୍କ ପାଇଁ ଡ୍ରଇଂ ରୁମ୍ ଆକର୍ଷଣୀୟ ହେବା ଆବଶ୍ୟକ । ଏଥିପାଇଁ ଡ୍ରଇଂ ରୁମ୍ରେ ସ୍କାଏ,କ୍ରୀମ୍୍ କିମ୍ବା ହାଲକା ରଙ୍ଗ କଲେ ମଡର୍ଣ୍ଣ ଲୁକ୍ ଦେଇଥାଏ ।
୪- ଠାକୁର ଘରେ ହଳଦିଆ କିମ୍ବା ହାଲକା ହଳଦିଆ ରଙ୍ଗ କଲେ ଭଲ ଲାଗିବ ।।
୫- ପିଲାଙ୍କ ପାଠପଢା ଘରକୁ ସବୁଜ ରଙ୍ଗ କରନ୍ତୁ ।
୬- ବେଡରମକୁ ଗୋଲାପୀ ରଙ୍ଗ, ଲାଇଟ୍ ଗ୍ରୀନ କିମ୍ବା କୌଣସି ହାଲକା ରଙ୍ଗ କରନ୍ତୁ ।

Related posts

ଦୁଇ ମତ୍ସଜୀବୀଙ୍କୁ ସୋନପୁର ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା

mahabharatanews

ରେକର୍ଡ ସ୍ତରରେ ପହଞ୍ଚିଲା ମାର୍କେଟ, ପ୍ରଥମଥର ପାଇଁ ସେନସେକ୍ସ ୪୨,୦୦୦ ଉପରେ

mahabharatanews

ଅନୁପ୍ରବେଶକାରୀଙ୍କ ଠିକଣା ଦେବା ପାଇଁ ଶିବସେନାର ପୋଷ୍ଟର

mahabharatanews