Uncategorized

ଏହି ପଂଚାୟତ ଝିଅଙ୍କୁ ଦେଇଛି ଏପରି ସମ୍ମାନ

(ମହାଭାରତ ): ଗୋଟେ ପଟେ ସମାଜ ପାଇଁ ଝିଅ ଅଲୋଡ଼ା ହୋଇପଡ଼ୁଥିବା ବେଳେ କିଛି ଅଂଚଳରେ ଝିଅଙ୍କୁ ସମ୍ମାନ ଦିଆଯାଉଛି । ଏପରିକି ନିଜ ଅଂଚଳର ବେଧାବୀ ଛାତ୍ରୀଙ୍କ ନାମରେ ରାସ୍ତାର ନାମକରଣ କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର କୁଚ ଜିଲ୍ଳାର କୁକମା ପଞ୍ଚାୟତରେ । ଦେଢ ବର୍ଷ ମଧରେ କୁକମା ପଞ୍ଚାୟତ ୧୬ ଜଣ ବେଧାବୀ ଛାତ୍ରୀଙ୍କୁ ଏହି ସମ୍ମାନ ଦେଇଛି । କୁକମା ପଂଚାୟତ ଭୁଜ ତହସିଲ କୁଚ ଜୋନ ମୁଖ୍ୟାଳୟ ଅଧୀନରେ ଆସିଥାଏ । କୁଚ ଜିଲ୍ଳା ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଦ୍ୱାରା ଚଳିତ ୧୯ ଫେବୃଆରୀ ୨୦୨୦ ତାରିଖ ଦିନ ହୋଇଥିବା ସର୍କୁଲାର ଯୋଗୁଁ ଏହି ପଦକ୍ଷେପ ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାଶ ଥାଉକି କୁକମା ପଚଂୟତର ସରପଂଚ କଙ୍କୁବେନ ଭଙ୍କର ସେପ୍ଟେମ୍ବର ୨୦୧୮ ରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ଏ ପର୍ଯ୍ୟନ୍ତ ରାସ୍ତାଘାଟ ଗୁଡ଼ିକ ୧୬ ଜଣ ସମ୍ମାନଜନକ ଝିଅଙ୍କ ନାମରେ ନାମିତ ହୋଇଛି । ଝିଅ ଙ୍କନାମ ଅନୁସାରେ ରାସ୍ତାର ନାମକରଣ କରାଯାଇଛି । ଏଥିପାଇଁ ପଂଚାୟତର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହୋଇଛି । କୁକମା ଗ୍ରାମ ଦେଖବାକୁ ଆସିଥିବା ପାଞ୍ଚଟି ଜିଲ୍ଳାର ସରପଂଚଙ୍କ କଥା ଶୁଣିବା ପରେ ଆଖପାଖ ଅଂଚଳରେ ଏହି ପଦକ୍ଷେପ ଉପରେ ଆଲୋଚନା ହେଉଛି ।

ନାମକରଣ ହୋଇଥିବା ଝିଅଙ୍କ ନାମ: 
ହେମାନୀ ମାର୍ଗ , ଶିବାନୀ ମାର୍ଗ , ସୋନାଲି ମାର୍ଗ, ରୁଚିଟା ମାର୍ଗ , ଭୂମି ମାର୍ଗ, ଅଶ୍ୱନୀ ମାର୍ଗ, ଗୁଲଜାର ମାର୍ଗ, ଉର୍ଭି ମାର୍ଗ, ଶିଳ୍ପା ମାର୍ଗ, କୋମଲ ମାର୍ଗ , ଜିଆ ମାର୍ଗ, ପାଲକ ମାର୍ଗ, କ୍ରିପା ମାର୍ଗ, ଖୁସୀ ମାର୍ଗ , ହେନସି ମାର୍ଗ ଏବଂ ପୂଜା ମାର୍ଗ

Related posts

ନାଗାପାଟନମରେ ୩୬୫ କୋଟି ଟଙ୍କାର ମେଡିକାଲ କଲେଜ ପାଇଁ ଶିଳାନ୍ୟାସ

mahabharatanews

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

mahabharatanews

ସୋମନାଥଙ୍କୁ ପୁରଷ୍କାର

mahabharatanews