ଓଡିଶାବିଦ୍ୟାଶିକ୍ଷା

ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

ଗଜପତି : ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ, ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଏହା ପାଳନ ହୋଇଛି । ଉପ ନିବନ୍ଧକ ସମବାୟ ସମିତି ସମୂହ ଗଜପତି ବିଭାଜନ ପକ୍ଷରୁ, ଏହାକୁ ଆୟୋଜନ କରାଯାଇଥିଲା । କାର୍ୟ୍ୟକ୍ରମରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ୟ୍ୟକ୍ରମରେ ଏ.ଆର.ସି.ସି ତଥା ଡି.ଆର.ସି.ଏସ୍ ହରି ହର ସେଠ,ସମବାୟ ସମିତିର ସମ୍ପାଦକ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

Related posts

ସାଂସଦ ଓ ବିଧାୟକଙ୍କ କେନ୍ଦୁଗୁଡା ଗ୍ରାମଗସ୍ତ,ମୃତ ପରିବାରଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କଲେ

mahabharatanews

ଗଗନୟାନ ମିଶନରେ ଓଡ଼ିଶାର ଅବଦାନ 

mahabharatanews

ସନ୍ଧ୍ୟାରେ ବର୍ଷା ସମ୍ଭାବନା, ଘରୁ ନ ବାହାରିବାକୁ ପରାମର୍ଶ

mahabharatanews