ଓଡିଶା

ସାଂସଦ ଓ ବିଧାୟକଙ୍କ କେନ୍ଦୁଗୁଡା ଗ୍ରାମଗସ୍ତ,ମୃତ ପରିବାରଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କଲେ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତି କେନ୍ଦୁଗୁଡା ଆଦିବାସୀ ଗ୍ରାମରେ ଗତ ୩ ମାସରେ ୧୭ ଜଣଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆଜି ଗ୍ରାମରେ ପହଞ୍ଚିଛନ୍ତି ସାଂସଦ, ବିଧାୟକ । ଗ୍ରାମ ପରିଦର୍ଶନ କରି ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁ ରୋଗରେ ଗ୍ରାମବାସୀଙ୍କର ମୃତ୍ୟୁଘଟୁଛି ତାହାର ଅନୁଧ୍ୟାନ କରିବା ସହ କେନ୍ଦୁଗୁଡା ଗ୍ରାମରେ ସ୍ୱତନ୍ତ୍ରଭାବେ ଏକ ଡାକ୍ତରରୀ ଦଳ କ୍ୟାମ୍ପ କରି ଗ୍ରାମବାସୀ ମାନଙ୍କୁ ଉତ୍ତମସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସାଂସଦ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସ୍ୱାସ୍ଥ୍ୟବିଭାଗକୁ କହିଛନ୍ତି । ଏହି ଗସ୍ତ କାଳରେ ସାଂସଦଙ୍କ ସହ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା ଦହନା ଟାଙ୍ଗୁଲ,ସମତି ସଭ୍ୟ ଡାନେଲ ପଟଲା,ବିଜେଡି ନେତା ସବ ର୍କୁମାର ବିଷୋୟୀ ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ କେନ୍ଦୁଗୁଡାରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତ୍ତୀ ଆଦିବାସୀ ଗ୍ରାମ କେନ୍ଦୁଗୁଡାରେ ଗତ ମାର୍ଚ ମାସ ଠାରୁ ଏହି ଅଚିହ୍ନା ରୋଗରେ ୧୭ଙ୍କ ମୃତ୍ୟୁ ହେଲାଣି । ଆକ୍ରାନ୍ତ ରୋଗୀମାନଙ୍କର ପ୍ରଥମେ ଗୋଡ,ହାତ ଫୁଲିଯିବା ସହ ଦୁଇରୁ ତିନିଦିନ ଧରି ଜ୍ୱର ଲାଗିରହୁଛି । କେତେଜଣଙ୍କର ଗୋଡ ଠାରୁ ଅଟାଂ ପର୍ୟ୍ୟନ୍ତ ଅକାଲୁଆ ହୋଇ ଚଲାବୁଲା କରି ନପାରି ବିଛଣାରେ ପଡି ପଡି କିଛି ଦିନପରେ ମୃତ୍ୟୁ ଘଟୁଥିବାର ଜଣାପଡିଛି । ଆଦିବାସୀ ଗ୍ରାମବାସୀ ମାନେ ଭୟଭିତ ହୋଇ ଦିଶାରୀ ଗୁଣିଆ ପାଖକୁ ଯାଇ ଆକ୍ରାନ୍ତ ମାନଙ୍କୁ ଝଡା ଫୁଙ୍କାକରୁଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ଖବର ପ୍ରକାଶିତ ହେବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରାକାଶ ପାଇଛି । ସେହିଗ୍ରାମରେ ଡାକ୍ତରୀ ଦଳ ପହଁଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଦେଇଥିବାର ଜଣାପଡିଛି ।

Related posts

କଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକ

mahabharatanews

ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

mahabharatanews

ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

mahabharatanews