ଓଡିଶା

ଓଡିଶା ପାଇଁ ମୁଣ୍ଡ ବିନ୍ଧା ସାଜିଛ ପଶ୍ଚିମ ବଙ୍ଗ

(ଜଳେଶ୍ୱର/ଆଜିତସାହୁ)- ସାରା ବିଶ୍ୱ କୋରୋନା କବଳରେ କବଳିତ ଥିବା ବେଳେ,ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ମୁଣ୍ଡ ବିନ୍ଧା ସାଜିଛି ପଶ୍ଚିମବଙ୍ଗ। ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସହିତ କୋଲକାତା ଲିଙ୍କ ଥିବା ଜାଣି ରାଜ୍ୟ ସରକାର ଓ ପ୍ରଶାସନ ତତ୍ପର ହୋଇଉଠିଛି। ରାଜ୍ୟ ପୋଲିସ ମହାନିର୍ଦେଶକ ଓଡିଶା ଓ ପଶ୍ଚିମ ବଙ୍ଗର ସୀମାନ୍ତ ବର୍ତୀ ଅଞ୍ଚଳ ବୁଲିବା ସହିତ ତନଖି ଫାଟ ନିକଟର ସ୍ଥିତି ସମୀକ୍ଷା କରିଥିଲେ। ତେବେ ଡିଜିପିଙ୍କ ଗସ୍ତ ପରେ ବି ବିଶେଷ କୌଣସି ଲାଭ ମିଳିନାହିଁ। ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଲାଗି ୯୦ରୁ ଉର୍ଦ୍ଧ ରାସ୍ତା ଥିଲେ ବି ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସ୍ଥାନରେ ସୀମା ସମ୍ପୂର୍ଣ ସିଲ ହୋଇପାରି ନାହିଁ। ଏହା ଛଡ଼ା ଦିନରେ ଲୁଙ୍ଗି ଗାମୁଛା ପିନ୍ଧି ବିଲ ଭିତରେ ଦେଇ ନିଜକୁ ଚାଷୀର ପରିଚୟ ଦେଇ ଅବାଧରେ ଓଡିଶା ଭିତରକୁ ପ୍ରବେଶ କରୁଥିବା ବେଳେ ରାତ୍ରିର କିଟିମିଟି ଅନ୍ଧାରରେ ପଶ୍ଚିମ ବେଙ୍ଗରୁ ଓଡିଶାକୁ ଅବାଧରେ ପ୍ରବେଶ କରୁଛନ୍ତି ।ଯାହାଙ୍କୁ ରୋକ ଲଗାଇବା କି ଚିହ୍ନଟ କରିବାରେ ଫେଲ ମାରୁଛନ୍ତି ରାଜ୍ୟ ସରକାର ଓ ପ୍ରଶାସନ। ଅନ୍ୟପଟେ ଓଡିଶା ସୀମାରୁ ପଶ୍ଚିମବଙ୍ଗ କୁ ଯାଉଥିବା ଲକ୍ଷ୍ମୀନାଥ ତନଖି ଫାଟକ ନିକଟରୁ ପର୍ୟ୍ୟାୟ କ୍ରମେ ୬୭ ଜଣକୁ ଅଟକ ରଖା ଯାଇଥିଲା। ପ୍ରଶାସନ ର ନିର୍ଦେଶ କ୍ରମେ ସମସ୍ତ ୬୭ ଜଣଙ୍କୁ ଜିଲ୍ଲା ପ୍ରଶାଶନ ପକ୍ଷରୁ ଅମରଦାରୋଡ଼ ସ୍ଥିତ ସିଦ୍ଧେଶ୍ୱର କଲେଜରେ ସୁରକ୍ଷିତ ଭାବେ ରଖାଯାଇ ସେଠାରେ ରକ୍ଷଣା ବେକ୍ଷଣ କରାଯାଉଛି। ଅନ୍ୟପଟେ ଅଞ୍ଚଳ ବାସୀ ଭୟଭିତ ଓ ଆତଙ୍କିତ ଅବସ୍ଥାରେ ରହିଥବା ସୂଚନା ଦେଇଛନ୍ତି।

Related posts

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର

mahabharatanews

 ଜନଶତାବ୍ଦୀ ଟ୍ରେନରେ ନିଆଁ

mahabharatanews

ସ୍ୱାଭିମାନ ଅଞ୍ଚଳରେ ୨ ଆଦିବାସୀ ଗୋଷ୍ଠିଙ୍କ ମେଳି

mahabharatanews