କଟକ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ଜଷ୍ଟିସ ମହମ୍ମଦ ରଫିକ ଶପଥଗଗ୍ରହଣ କରିଛନ୍ତି । ଭୁବନେଶ୍ୱର ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲ।।ଲ ତାଙ୍କୁ ଶପଥ ପାଠ କରାଇଥିଲେ । କରୋନ ପାଇଁ ଜାରି ଲକଡାଉନ ଗାଇଡଲାଇନର ପ।।ଳନ କରି ସାମାଜିକ ଦୂରତ୍ୱ ମଧ୍ୟରେ ଏହି ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଛି ।
ଏହି ଶପଥପାଠ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ଡିଜି ଅଭୟ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜଷ୍ଟିସ ରଫିକ ୨୦୦୬ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେ ରାଜସ୍ଥାନରେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଦାୟିତ୍ୱ ତୁଲାଇଛନ୍ତି । ଗତ ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଜାବେରୀ ଗତ ଜାନୁଆରୀ ମାସରେ ଅବସର ନେଇଥିଲେ । ଏହାପରେ ଜଷ୍ୟିସ ସଞ୍ଜୁ ପଣ୍ଡାଙ୍କୁ କାର୍ଯ୍ୟକାରୀ ଆକ୍ଟିଂ ଚିଫ ଜଷ୍ଟିସ ଭାବେ ନିଯୁକ୍ତି ଦିଆଯାଇଥିଲା ।
