Uncategorized

ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସରେ ଭାଗନେଲେନି କେଳର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରୁଛନ୍ତି । ଦେଶରେ କରୋନାର ସ୍ଥିତି ଓ ଲକ୍‌ଡାଉନ୍‌ ନେଇ ଆଲୋଚନା କରୁଛନ୍ତି। ଏହି ଅବସରରେ କରୋନା ସଂକ୍ରମଣ ଉପରେ ମଧ୍ୟ ବିସ୍ତୃତ ଚର୍ଚ୍ଚା ହୋଇଛି। କିନ୍ତୁ ଏହି ଆଲୋଚନାରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଯୋଗ ଦେଇନାହାନ୍ତି। ତାଙ୍କ ବଦଳରେ ରାଜ୍ୟର ମୁଖ୍ୟ ସଚିବ ଏଥିରେ ଯୋଗଦେଇଛନ୍ତି । ଦେବା ଜରୁରୀ ମନେ ହୋଇ ନ ଥିବାରୁ ସେ ଏଭଳି କରିଥିବା କହିଛନ୍ତି।

ସୂଚନାଯୋଗ୍ୟ, କେରଳରେ ଆଜି ସକାଳ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୫୮ ରହିଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ୩୦୦ରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related posts

ଦାଭୋଲକର ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ

mahabharatanews

ଆତଙ୍କୀ ଫଣ୍ଡିଂ ମାମଲାରେ ହାଫିଜ ସଇଦକୁ ଜେଲ ଦଣ୍ଡାଦେଶ

mahabharatanews

୯ ମିନିଟ ପାଇଁ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

mahabharatanews