ଭୁବନେଶ୍ୱର: ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ଉପରେ ଅଛି ରାଜ୍ୟ ସରକାରଙ୍କ ତୀକ୍ଷ୍ନ ନଜର । ଯେକୌଣସି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ । ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦିଆଯାଇଛି ନିର୍ଦ୍ଦେଶ । ଟୀକାକରଣ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବାସ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ଦେଶରେ ଦେଢ ଶହ ପାର କରିଗଲାଣି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କର୍ଣ୍ଣାଟକରୁ ଆଉ ୫ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରୁ ୩, ମହାରାଷ୍ଟ୍ରରୁ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫କୁ ବୃଦ୍ଧି ପାଇଛି । ତେବେ ଏଯାବତ୍ ରାଜ୍ୟରୁ ଗୋଟିଏବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଜଗତସିଂହପୁର ଜିଲ୍ଲାକୁ ନାଇଜେରିଆରୁ ଫେରିଥିବା କରୋନା ଆକ୍ରାନ୍ତଙ୍କ ରିପୋର୍ଟ ଆସିନଥିବା ବେଳେ ଜେନମ ସିକ୍ୟୁଏନ୍ସିଂ ପାଇଁ ଯାଇଥିବା ନମୁନାରୁ ଏଯାବତ୍ କୌଣସି ଓମିକ୍ରନ ରିପୋର୍ଟ ଆସିନାହିଁ । ତେବେ ରାଜ୍ୟ ସରକାର ଏହି ଭାରିଆଣ୍ଟ ପ୍ରତି ସତର୍କ ରହିଛନ୍ତି । ତେବେ କିଛି ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଛି । ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
