ଓଡିଶା

ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ

(ମହାଭାରତ, ସତ୍ୟବାଦୀ): ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଓଷ୍ଟା ପକ୍ଷରୁ ୩୮ ତମ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ଓଷ୍ଟାର ବ୍ଲକ ସଭାପତି ସ୍ମୃତି ରଞ୍ଜନ ଦାଶ, ସମ୍ପାଦକ ଲିଙ୍ଗରାଜ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ସାହୁ, ସ୍ଥାନୀ ସରପଞ୍ଚ ଦୁଷ୍ମନ୍ତ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ପ୍ରଧାନ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଓଷ୍ଟା ପକ୍ଷରୁ ଅନୁଷ୍ଠିତ ଏହି ଶିଶୁ ମହୋତ୍ସବ ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ବୋଲି ସଭାରେ ଯୋଗ ଦେଇଥିବା ଅତିଥିମାନେ କହିଥିଲେ । ଏହି ପୁରସ୍କାର ଓ ମାକାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଲକର ୧୦ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ବକ୍ତୃତା, ଚିତ୍ରାଙ୍କନ, କବିତା ଲିଖନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନପତ୍ର ପ୍ରଦାନ କରାଯାଇଥିଲା ।

Related posts

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ଆଉ ୭୭୮ ନୂଆ ଆକ୍ରାନ୍ତ

mahabharatanews

 ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews