ନୂଆଦିଲ୍ଲୀ: ସୀତାପୁର ଜେଲ ପଠାଯିବା ପରେ ଆଜି ତୃତୀୟ ଥର ପାଇଁ ସପା ସାଂସଦ ଆଜମ ଖାନ ରାମପୁର କୋର୍ଟରେ ହାଜର ହୋଇଛନ୍ତି । ଆଜି ଆଜମଙ୍କ ନାମରେ ଦାଖିଲ ହୋଇଥିବା ଆଚାର ସଂହିତା ଉଲ୍ଲଙ୍ଘନ ମାମଲାର ଶୁଣାଣି ହେବା ସହ ଏହି ମାମଲାରେ ଅ।।ଜମଙ୍କ ବୟାନ ରେକର୍ଡ କରାଯାଇଛି । କୋର୍ଟ କହିଛନ୍ତି, ଆଜି ଆଜମଙ୍କୁ ସୀତାପୁର ଜେଲ ପଠାଯିବ ନାହିଁ । ତେଣୁ ଆସନ୍ତା ଦୁୂଇଦିନ ସେ ରାମପୁର ଜିଲ୍ଲା କାରାଗରରେ ରହିବେ ଓ ତାଙ୍କ ପତ୍ନୀ ତଞ୍ଜିନ ଫାତିମା ଓ ପୁଅ ଅବଦ୍ୁଲ୍ଲା ସୀତାପୁର ଜେଲରେ ରହିବେ । ଆଜି କଡା ସୁରକ୍ଷା ମଧ୍ୟରେ ଆଜମଙ୍କୁ ସୀତାପୁରରୁ ରାମପୁର କୋର୍ଟକୁ ଅଣାଯାଇଥିଲା । ଚଳିତ ଥର କେବଳ ଆଜମ ହିଁ ଆସିଥିଲେ ।
ସୂଚନାଯୋଗ୍ୟ, ଆଜମଙ୍କ ନାମରେ ଆଚାର ସଂହିତା ଉଲ୍ଲଙ୍ଘନକୁ ନେଇ ପ୍ରାୟ ଏକ ଡର୍ଜନରୁ ଅଧିକ ମାମଲା ଦ।।ୟର କରାଯାଇଥିଲା । ଏହି ସବୁ ମାମଲା ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦାୟର ହୋଇଥିଲା । ସେହି ସବୁ ଅଭିଯୋଗରେ ନିର୍ବାଚନ ପ୍ରଚାର ପାଇଁ ଦିଆଯାଇଥିବା ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରୋଡ ସୋ କରିବା, ଜିଲ୍ଲାର ଡିଏମଙ୍କ ବିରୋଧରେ ଅଭଦ୍ର ଭାଷା ବ୍ୟବହାର ଆଦି ମାମଲା ରହିଛି । ୨୬ ଫେବୃଆରୀରେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତିନି ଜଣଙ୍କୁ ନ୍ୟାୟିକ ସୁରକ୍ଷା ମଧ୍ୟରେ ଜେଲକୁ ପଠାଇ ଦିଆଯାଇଥିଲା ।