ଓଡିଶା

କଣିହାଁରେ ପଞ୍ଚାୟତରାଜ ଦିବସ ପାଳିତ

(ମହାଭାରତ, କଣିହାଁ): ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ସଭାଗୃହ ପରିସରରେ ଗୁରୁବାର ପଂଚାୟତ ରାଜ୍ ଦିବସ ଏବଂ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର୧୦୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁଙ୍କ ଅଧକ୍ଷତା କରିଥିଲେ । କଣିହାଁ ବ୍ଲକ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା, ଅବସରପ୍ରାପ୍ତ ପ୍ରଧ୍ୟାପକ ନଗେନ୍ଦ୍ର କୁମାର ପ୍ରଧାନ, ଶିକ୍ଷାବିତ୍ ବିଶ୍ୱମୋହନ ମିଶ୍ର, କବି ରାହାସ ବିହାରୀ ନାଏକ, ଅତିରିକ୍ତ ବିଡିଓ ବିଜୟ କୁମାର ମେହେର ଏବଂ ବ୍ଲକ ଉପାଧକ୍ଷା ତ୍ରିପୁରାରୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ସାମିଲ ହୋଇଥିଲେ । ବିଜୁବାବୁଙ୍କ ସଂଘର୍ଷ ମୟ ଜୀବନ, ଆମାୟିକ ବ୍ୟକ୍ତିତ୍ୱ ଏବଂ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଉନ୍ନତି ପାଇଁ ଚିନ୍ତିତ ଥିବା ନେଇ ବ୍ଲକ ଅଧକ୍ଷା ଶ୍ରୀମତୀ ସାହୁ ମତବ୍ୟକ୍ତ କରିଥିଲେ । ସେହିପରି ପ୍ରଧ୍ୟାପକ ଶ୍ରୀଯୁକ୍ତ ପ୍ରଧାନ ତାଙ୍କ ବକ୍ତବ୍ୟରେ ବିଜୁ ବାବୁଙ୍କୁ ଆଧୁନିକ ଓଡିଶାର ନିର୍ମାତା ବୋଲି କହିଥିଲେ ।

Related posts

ଖଳାରେ ଗୟଳ ଲାଗି ସମ୍ପନ୍ନ

mahabharatanews

ତତଲାଗଡ଼ ପାଲଟିଛି ବଲାଙ୍ଗୀର

mahabharatanews

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

mahabharatanews