ଓଡିଶା

କଣ୍ଟିଆପଡାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

(ବିଜୟ କୁମାର କାରୁଆ , କେନ୍ଦୁଝର ପାଟଣା ): ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ ନେଇ ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଓଡିଶା ବ୍ଲଡ ବ୍ୟାଙ୍କ କେନ୍ଦୁଝର ଶାଖାରୁ ଆୟୁଷ ଡାକ୍ତର ସୁବାସ ଚନ୍ଦ୍ର କର, ଜନ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ଏଲ.ଟି ଜଗନ୍ନାଥ ମହାନ୍ତ ଓ ଏଲ.ଏ ଶଙ୍କର୍ଷଣ ସାହୁ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ କ୍ଷ କାର୍ୟ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଆଶିଷ ଚକ୍ର,ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ପାଟଣାବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ,ଉପଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା,କଣ୍ଟିଆପଡା ସମିତିସଭ୍ୟ ଵିଭୁତି ଭୂଷଣ ନାଏକ,କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ,ଜିଲ୍ଲା ପରିଷଦ ସଭ୍ୟା ସୁରୁମାଳ ବେହେରା,ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । , ଆଇ.ଟି ସଂଯୋଜକ ସୌମ୍ୟରଞ୍ଜନ୍ ରାଉତ୍ , ଶିବିର ପରିଚାଳନା କରିଥିଲେ। ବିଜୁ ଜନତା ଦଳ ପକ୍ଷରୁ ସାମାଜିକ ଦୂରତା ନିୟମ ରକ୍ଷା କରାଯାଇ ଏପରି ଶିବିର କରାଯାଉଥିବା ପାଟଣା ବିଧାୟକ ଜଗନ୍ନାଥ ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related posts

ମନ୍ଦିିରରୁ ଚୋରି, ଘଟଣାସ୍ତଳରେ ପୋଲିସର ତଦନ୍ତ

mahabharatanews

ଓଡ଼ିଶା ଛାଡିବା ବେଳେ ଭାବ ବିହ୍ୱଳ ହୋଇ ପଡିଲେ ପ୍ରଫେସର ଗଣେଶୀ ଲାଲ୍‌

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews