ଓଡିଶା

ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ଜୟପୁର): ନିଖୋଜ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲ୍ୟୁଏସଏସ)ର କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓ ସୋମବାର ଅଫିସ କାମରେ ହରଡାପୁଟ ଯାଇଥିଲେ । ତାଙ୍କ ସହ ଜୟପୁର ଆରଡବ୍ଲୁଏସଏସ ଏସଡିଓ ଓ ଠିକାଦାର ମଧ୍ୟ ଥିଲେ । ସେମାନେ ଘରକୁ ଫେରିଥିବା ବେଳେ ଉକ୍ତ କନିଷ୍ଠ ଯନ୍ତ୍ରୀ ଘରକୁ ଫେରି ନଥିଲେ । ସେ ନିଖୋଜ ଥିବା ନେଇ ବିଭାଗ ପକ୍ଷରୁ ବି ସିଂହପୁର ଥାନାରେ ଏତଲା ଦିଆଯାଇଥିଲା ।

Related posts

ବ୍ୟାଙ୍କର ନାରାୟଣ ବଘୁଲଙ୍କ ଦେହାନ୍ତ

mahabharatanews

ବଢୁଛି ତାତି; ଅସ୍ତବ୍ୟସ୍ତ ଜନଜୀବନ  

mahabharatanews

ଉପାସରେ ରଥ ଉପରେ ବସି ରହିଛନ୍ତି ମହାପ୍ରଭୁ 

mahabharatanews