ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ପୁଲିସ ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ପୁଲିସର ମନମୁଖୀ କାର୍ୟ୍ୟ ପ୍ରତିବାଦରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । କଣ୍ଟେନମେଣ୍ଟ ନିୟମ ଭାଙ୍ଗି ପୁଲିସ ଦ୍ୱାରା କରାଯାଇଥିବା ବ୍ୟାରିକେଡ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଲିସ ସହ ଯୁକ୍ତିତର୍କ କରି ବ୍ୟାରିକେଡ଼ ଭାଙ୍ଗିବାକୁ ଉଦ୍ୟତ ହେଉଥିଲାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା ।
ସେମାନଙ୍କୁ ବୁଝାସୁଝା କରିବା ସହ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ପ୍ଲାଣ୍ଟସାଇଟ ଅଞ୍ଚଳରେ ପୁଲିସ ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ଛାଡୁନାହାନ୍ତି । ଅର୍ଡର କଲେ ମଧ୍ୟ ଠିକ ସମୟରେ ପହଞ୍ଚୁ ନଥିବାବେଳେ ବାରମ୍ବାର କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏଠାରେ ସୂଚନା ଥାଉ କି ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ଗତ ଏପ୍ରିଲ ୨୬ ରୁ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।