ଓଡିଶା

କରତକଳରେ ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଚୋରା କାଠ ଜବତ

(ମହାଭାରତ, ଆଠଗଡ): ତିଗିରିଆ ବ୍ଲକ ଅନ୍ତର୍ଗତ ଭେଜିଆ ସଂରକ୍ଷିତ ଜଙ୍ଗଲରେ ଦୀର୍ଘଦିନ ଧରି ଚାଲିଥିବା ଏକ ବେଆଇନ କରତକଳ ଉପରେ ଚଢାଉ କରାଯାଇଛି । ଫଳରେ ଏଠାରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଚୋରା କାଠ ସହ ବେଆଇନ କରତକଳର ସାମଗ୍ରୀ ଜବତ କରାଯାଇଛି । ତେବେ ଏହି ବେଆଇନ କରତକଳ ବିଷୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ତିଗିରିଆ ତହସିଲଦାର ଓ ଆଠଗଡ ରେଞ୍ଜ ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା । ପରେ ଏଠାରୁ ବିପୁଳ ପରିମାଣର କାଠଗଣ୍ଡି ଜବତ କରାଯାଇଛି । ଏଠାର ଚାଲିଥିବା ବେଆଇନ ଚୋରା କାଠ କାରବାରରେ ସମ୍ପୃକ୍ତ କୌଣସି ମାଫିଆ ଗ୍ୟାଙ୍ଗକୁ ଧରିବାରେ ଆଠଗଡ ବନ ବିଭାଗ ସଫଳ ହୋଇପାରିନାହିଁ । ଏନେଇ ତଦନ୍ତ ଜାରିି ରହିଛି । ଖୁବଶୀଘ୍ର ସବିଶେଷ ତଥ୍ୟ ଜଣାପଡିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ କହିଛନ୍ତି ।

Related posts

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews

30 ଜିଲ୍ଲା ରେ 1 ଲକ୍ଷ 55 ହଜାର 707କିଲୋମୋଟର ଭୌଗଳିକ କ୍ଷେତ୍ରଫଳ ଜଙ୍ଗଲ

mahabharatanews

ସରପଞ୍ଚ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ

mahabharatanews