ଓଡିଶା

କରୋନା ଆକ୍ରନ୍ତ ଚିହ୍ନଟ ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

(ଜୟନ୍ତ ସେଠୀ/ ଗୋପ): ପୁରୀ ଜିଲ୍ଲା କଣାସ ବ୍ଲକ ରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି। ସୁରତରୁ ଫେରିବା ପରେ ସେମାନେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ବାରେଣ୍ଟାଇନରେ ରହିଥିଲେ। ଏମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ରାପିଡ୍ ରେସ୍ପନ୍ସ ଟିମ୍ ଏବଂ କୋଭିଡ ଆମ୍ବୁଲାନ୍ସ କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଛି। ଆକ୍ରାନ୍ତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କଣାସ ବ୍ଲକ ର ଦୋଛିଆଁ ପଞ୍ଚାୟତକୁ ୩୬ଜଣ ପ୍ରବାସି ଓଡ଼ିଆ ଫେବିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କ ପଜେଟିଭ ଆସିଥିବା ଜଣାପଡିଛି ।ସେହିଭଳି ଗଡ଼ଖାରଦ ପଞ୍ଚାୟତକୁ ୮୪ଜଣ ପ୍ରବାସି ଓଡ଼ିଆ ଆସିଥିବା ବେଳେ ତାଙ୍କ ମଧ୍ୟରୁ ୩ଜଣଙ୍କ ପଜେଟିଭ ଥିବା ଜଣାପଡିଛି ।କଣାସ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ପଞ୍ଚାୟତର କ୍ବାରେଣ୍ଟ।ଇନ ସେଣ୍ଟରକୁ ସମ୍ପୂର୍ଣ୍ଣଭାବେ ସାନିଟାଇଜେସନ କରଯାଇଛି ।ବିଶେଷକରି ଦୋଛିଆଁ ପଞ୍ଚାୟତର ସରପଞ୍ଚ କିରଣବାଳା ସାମନ୍ତରାୟ ଗତ କାଲି ସନ୍ଧ୍ୟା ୬ଟା ରୁ ଶନିବାର ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସଟଡ଼ାଉନ ଘୋଷଣା କରିଛନ୍ତି ।ସଡ଼ଡାଉନ ଘୋଷଣା କରିଥିବା ସହ ଚିଠିକୁ ବ୍ଲକ ବିଡ଼ିଓ ,ତହସିଲଦାର, ଜିଲ୍ଲାପାଳ ,ଗଡିସଗୋଦା ଥାନା ଅଧିକାରୀ ଙ୍କୁ ଜଣାଇଥିଲେ ।ଦୋଛିଆଁ ପଞ୍ଚାୟତର ଜନସାଧାରଣଙ୍କୁ ସଚେତନ କରିବା ସହ ମୁହଁରେ ମାସ୍କ ପିନ୍ଧିବା,ସାମାଜିକ ଦୁରତା ରକ୍ଷା କରିବା, ବାରମ୍ବାର ହାତଧୋଇବା,ବିନାକାର୍ୟ୍ୟରେ ବାହାରକୁ ନବାହାରିବା ପାଇଁ ନିବେଦନ କରିଛନ୍ତି ।
କଣାସ ବ୍ଲକ କୁ ୬୫୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଆସିଛନ୍ତି ।ଏଥିସହିତ କ୍ବାରେଣ୍ଟ।ଇନ ସେଣ୍ଟରରେ ରହୁଥିବା ବ୍ୟକ୍ତିମାନଙ୍କ ଖାଇବା ପିଇବା ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି ।ପ୍ରବାସୀ ଓଡିଆମାନେ ଆସି ରହିଥିବା କ୍ବାରେଣ୍ଟ।ଇନ ରେ ସାମାଜିକ ଦୂରତା ରଖା କରିବା ଶାନ୍ତିଶୃଙ୍ଖଳା ରଖିବା ପାଇଁ ବ୍ଲକ ବିଜେଡି ସଭାପତି କହିଛନ୍ତି ।

Related posts

ବାହାନଗା ଟ୍ରେନ ଦୁର୍ଘଟଣା; ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର 

mahabharatanews

ସାଧୁସନ୍ଥଙ୍କ ମେଳରେ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା

mahabharatanews

ଦୁଇ ନୂତନ ସଂକ୍ରମିତଙ୍କ ତଥ୍ୟ ପ୍ରକାଶ

mahabharatanews