ଓଡିଶା

କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ମାନ୍ଦା

ଜଳେଶ୍ୱର: ବିଶ୍ୱରେ ଅ।ତଙ୍କ ଖେଳାଇ କ୍ରମଶଃ କାୟା ବିସ୍ତାର କରି ଚାଲିଥିବା ମାରାତ୍ମକ କୋରନା ଭୁତାଣୁ । ଏହାକୁ କେବଳ ସଚେତନତା ଓ ଯତ୍ନବାନ ହୋଇ ମୁକାବିଲା କରିବା ସମ୍ଭବ । ଏପରି ବାର୍ତ୍ତା ପ୍ରଚାର କରିବା ସହିତ ପର୍ଯ୍ୟଟକଙ୍କୁ ମାସ୍କ ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର ସମାଜ ସେବୀ । କୋରନା ଭୁତାଣୁ ବିଶ୍ୱ ମହାମାରୀ ଘୋଷଣା ହେବା ଓ ଓଡ଼ିଶାରେ ରୋଗୀ ଚିହ୍ନଟ ହେବାପରେ ସଚେତନତା ପାଇଁ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର ଓ ବିଭିନ୍ନ ସଂଗଠନ । କରୋନା ପ୍ରଭାବ ସିଧା ସଳଖ ପର୍ଯ୍ୟଟନ ଶିଳ୍ପ ଉପରେ ପଡିଥିବା ଦେଖିବାକୁ ମିଳିଛି । ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ଏହାର ସଂକ୍ରମଣର ଅଧିକ ସମ୍ଭାବନା ଥିବାରୁ ଉଭୟ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କୁ ବିଶ୍ୱ ପ୍ରସିଦ୍ଧ ତାଳସାରି ଓ ଉଦୟପୂର ସୁବର୍ଣ୍ଣ ବେଳାଭୂମିରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବାଲେଶ୍ର ଜିଲ୍ଲା ଭୋଗରାଇରେ ଥିବା ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଉଦୟ ପୂର , ତାଳ ଶାରୀ ଓ ବିଚିତ୍ର ପୂର ସମୁଦ୍ର ବେଳାଭୂମି କୋରନା ଭୟରେ ଏବେ ପ୍ରାୟ ପର୍ଯ୍ୟଟକ ଶୂନ୍ୟ ହୋଇ ଯାଇଛି । ପୂର୍ବରୁ ଜନଗହଳି ସାଙ୍ଗକୁ ଘୋ ଘୋ ଶବ୍ଦରେ ଫଟି ପଡୁଥିଲା ପର୍ଯ୍ୟଟନ କ୍ଷେତ୍ର ଗୁଡିକ । ଏବେ କରୋନା ପାଇଁ ଜନ ଶୂନ୍ୟ ହୋଇ ପଡିଛି ପର୍ଯ୍ୟଟନ କ୍ଷେତ୍ର । ସବୁ ଆଡେ ଖାଲି ଖାଁ ଖାଁ ଦେଖା ଯାଉଛି । ତଥାପି ଯେତେ ପର୍ଯ୍ୟଟକ ଅ ।ସୁଛନ୍ତି ସେମାନଙ୍କୁ ସ୍ଥାନୀୟ ଦେବଭୂମି ବିକାଶ ପରିଷଦ ଓ ମତ୍ସଜୀବୀ ସଂଘ ପକ୍ଷରୁ ବ୍ୟାପକ ସଚେତନ କରିବା ସହିତ ମାସ୍କ ବଣ୍ଟନ କରାଯାଇଛି । ତେବେ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମିତି କୌଣସି ଅ।ଖି ଦୃଶିଆ ପଦକ୍ଷେପ ଓ ସଚେତନତା କରା ଯାଉନଥିବା ରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଇଛି ।

Related posts

ଶିଳାନ୍ୟାସ ହେଲା ‘ଟେକ୍ସଟାଇଲ ପାର୍କ’ 

mahabharatanews

ପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌, ଆସନ୍ତାକାଲି ଖୋଲିବ ଭୋଟ ବାକ୍ସ

mahabharatanews

୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

mahabharatanews