ଓଡିଶା

କରୋନା ସଚେତନତା କଲେ ମାନିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି, ପନିପରିବା ବିକିଲେ ଓ ମାଗଣାରେ ମାସ୍କ ଦେଲେ

( ଗୋଲାପ ସାହୁ): ସାରା ବିଶ୍ୱରେ କରୋନା ମହାମାରୀର ମହାପ୍ରଭାବ ଦେଖିବାକୁ ମିଳିଛି।ଆମ ଦେଶରେ ଦିନକୁ ଦିନ ଅନେକ ନିରୀହ ଲୋକଙ୍କୁ ଆକ୍ରାନ୍ତ କରିଥିବା ବେଳେ ଅନେକଙ୍କ ଜୀବନ ନେଲାଣି।ଓଡିଶା ରେ ମଧ୍ୟ ଅନେକ ଜିଲ୍ଲାରେ ଏହାର କାୟା ବିସ୍ତାର କରିସାରିଲାଣି।ଏହା ପାଇଁ ବର୍ତ୍ତମାନ ସୁଦ୍ଧା କିଛି ସମାଧାନ ମିଳିନଥିବା ବେଳେ ସଚେତନତା ହି ଏହାର ଏକମାତ୍ର ଉପାୟ।ସରକାର ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।ଏଥିପାଇଁ ମେ ମାସ ତିନି ତାରିଖ ପର୍ୟ୍ୟନ୍ତ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଅତି ଆବଶ୍ୟକ ପଡ଼ିଲେ ମାସ୍କ ଲଗାଇ ବାହାରକୁ ଆସିବା ପାଇଁ କୁହାଯାଉଛି । ଏହି ଦିଗରେ ଅନେକ ସ୍ୱଛାସେବୀ ସଂସ୍ଥା କାର୍ୟ୍ୟ କରିଆସୁଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ କାର୍ୟ୍ୟ ଆଗରେ ରହିଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରଣମାଲ ଗ୍ରାମର ମାନିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ମାସ୍କ ପ୍ରଦାନ କରିବା ସହ ମିଳିତ ଭାବେ ପନିପରିବା ବିକ୍ରି କରିଥିଲେ।।ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ ମିତାଞ୍ଜଳି ନାଏକ, ସଂପାଦିକା ସଜନା ନାଏକ , ସଭ୍ୟା ରଞ୍ଜିତା ନାଏକ,ଟୁନି ନାଏକ, ପଙ୍କଜିନି ଢଂଗଦାମାଝି,ସୁଷମା ନାଏକ, ମାୟା ଟିକ୍ରିଆ,ପଦ୍ମା ଶଗଡି଼ଆ, ସାବିତ୍ରୀ ନାଏକ ଓ ମିତା ନାଏକ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Related posts

ମାଓ ହିଂସା :ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା

mahabharatanews

ସ୍କୁଲ ପାଚେରି ଭାଙ୍ଗିଲେ ଝାଡଖଣ୍ଡୀ ହାତୀପଲ

mahabharatanews

ରଥଯାତ୍ରା : ଆଉ ମାତ୍ର ୩୦ଦିନ 

mahabharatanews