Uncategorized

କଳାଜିରାରେ ରହିଛି ଅନେକ ସ୍ୱାସ୍ଥ୍ୟକାରୀ ଗୁଣ

(ମହାଭାରତ): ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା ଗୁଡିକ ମଧ୍ୟରୁ ଗୋଟିଏ ହେଉଛି କଳାଜିରା । ଏହା ଦେଖିବାକୁ କଳା ରଙ୍ଗର । ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ କଳାଜିରା ଶରୀରରେ ଅନେକ ରୋଗରୁ ଭଲ କରିଥାଏ । ତା’ହେଲେ ଆସନ୍ତୁ ଜାଣିବା କଳାଜୀରାରୁ ସ୍ୱାସ୍ଥ୍ୟଜନିତ କେଉଁ କେଉଁ ଲାଭ ମିଳିଥାଏ ।

୧- ଟାଇପ-୨ ଡାଇବେଟିସ ପୀଡିତ ବ୍ୟକ୍ତି ପ୍ରତିଦିନ କଳାଜିରା ଖାଇବା ଉଚିତ । ଏହାଦ୍ୱାରା ଶରୀରରେ ତିଆରି ହେଉଥିବା ଗ୍ଲୁକୋଜ କମ୍ ହୋଇଥାଏ ଏବଂ ଇନସ୍ୟୁଲିନ୍ ତିଆରି ହେବା କ୍ଷମତା ବଢିଥାଏ । ଆହୁରି ମଧ୍ୟ ଶରୀରରେ ଥିବା ବିଟା ସେଲର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ।
୨- ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନନ୍ରୁ ମୁକ୍ତି ମିଳିବା ସହିତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
୩- କଳାଜିରାକୁ ପାଣିରେ ଫୁଟାଇ ବାତ ମାରୁଥିବା ରୋଗୀଙ୍କୁ ଏହାର ପାଣି ପ୩ିଇବାକୁ ଦିଅନ୍ତୁ । ଦେଖିବେ ବାତ ରୋଗ ଭଲ ହୋଇଯିବ ।
୪- କଫ ସମସ୍ୟା ଥିଲେ କଳାଜିରା ତେଲ ଖାଆନ୍ତୁ । ଏହାର ତେଲ ଖାଲି ପେଟରେ ଖାଇଲେ ଅନେକ ରୋଗ ଭଲ ହୋଇଥାଏ ।
୫- କଳାଜିରା ତ୍ୱଚା ସମ୍ବନ୍ଧୀୟ ରୋଗକୁ ଠିକ୍ କରିଥାଏ । ଏହାକୁ ଖାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ହୋଇଥାଏ ।
୬- କଳାଜିରା ତେଲ କେଶରେ ଲଗାଇଲେ କେଶ କଳା ହୋଇଥାଏ ।
୭- ଯେଉଁମାନଙ୍କର ଦାନ୍ତରେ ସମସ୍ୟା ରହିଛି କିମ୍ବା ଦାନ୍ତ ପୋକ ଖାଉଛି, ସେମାନେ ରାତିରେ ଶୋଇବା ପୂର୍ବରୁ ତୁଳାରେ କଳାଜିରା ତେଲ ଲଗାଇ ଦାନ୍ତ ମୂଳରେ ଲଗାଇ ଶୁଅନ୍ତୁ । ଦେଖିବେ ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯିବେ ।

Related posts

ସ୍ୱଦେଶକୁ ଫେରିଲେ ୧୫ ହଜାର ପ୍ରବାସୀ ଭାରତୀୟ

mahabharatanews

ସାପ କାମୁଡ଼ାରେ ଭାଇଭଉଣୀ ମୃତ

mahabharatanews

ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

mahabharatanews

Leave a Comment