Uncategorized

କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆମେରିକା ତଦନ୍ତ କରୁଛି: ଟ୍ରମ୍ପ

ୱାଶିଂଟନ୍‌: ଆମେରିକାରେ କରୋନା ଭୂତାଣୁ କବଜାରେ ୭ ଲକ୍ଷରୁ ଅଧିକ । ମୃତ୍ୟୁ ସଂଖ୍ୟା ମଧ୍ୟ ପୂରା ବିଶ୍ୱରେ ଆମେରିକାରରେ ସର୍ବାଧିକ ୩୭ ହଜାର ରହିଛି । ଏହା ପରେ ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନ ଉପରେ ସନ୍ଦେହ ବ୍ୟକ୍ତ କରୁଛି । ଆମେରିକା ଅର୍ଥନୀତିକୁ ଦୁର୍ବଳ କରିବାକୁ ଚୀନର ଏପରି ଶଡଯନ୍ତ୍ର ଥିବ ଥିବା କହୁଛି ଆମେରିକା । ଏହା ସହ ଚୀନ୍‌ର ଉହାନ୍‌ ପରୀକ୍ଷାଗାରରୁ କରୋନାଭାଇରସ୍‌ ବହାରକୁ ଆସି ବ୍ୟାପିଛି ବୋଲି ମିଳିଥିବା ଖବର ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକା ତଦନ୍ତ କରୁଥିବା କଥା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ କହିଛନ୍ତି। ହ୍ବାଇଟ୍ ହାଉସ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ସାମ୍ବାଦିକଙ୍କର ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍ କହିଛନ୍ତି, ଆମେ ତାହାର ତଦନ୍ତ କରୁଛୁ, ଅନେକ ଲୋକ ବି ତଦନ୍ତ କରୁଛନ୍ତି। ଖବର ଯୁକ୍ତିଯୁକ୍ତ ମନେହେଉଛି।

ଲୋକେ ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରର ବାଦୁଡ଼ି ବିଷୟରେ କହୁଛନ୍ତି। ସେ କଥା ଯଦି ବିଶ୍ବାସ କରାଯାଏ ତେବେ ଜାଣିରଖନ୍ତୁ, ବାଦୁଡ଼ି ସଂକ୍ରମିତ ଅଞ୍ଚଳରେ ନ ଥିଲା। ଆମିଷ ବଜାର ଅଞ୍ଚଳରେ ମଧ୍ୟ ସେ ପ୍ରଜାତିର ବାଦୁଡ଼ି ନ ଥିଲା। ସେ ବାଦୁଡ଼ି ସେଠାରୁ ୪୦ ମାଇଲ୍ ଦୂରରେ ରହେ। ବିଚିତ୍ର ଘଟଣାସବୁ ଘଟିଯାଉଛି, ବିଭିନ୍ନ ପ୍ରକାରର ତଦନ୍ତ ବି ଚାଲିଛି, ଆମେ ରହସ୍ୟ ଭେଦ କରିବୁ। ମୋଟ୍ ଉପରେ ମୁଁ ଏତିକି କହିବି, ଚୀନ୍‌ରୁ ସେ ଭୂତାଣୁ ଯେଉଁ ଉପାୟରେ ଆସିଥାଉ ନା କାହିଁକି, ସେଥିପାଇଁ ୧୮୪ ଦେଶ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି।

ଟ୍ରମ୍ପ୍ ଆହୁରି ଆହୁରି କହିଛନ୍ତି, ଉହାନ୍‌ରେ ଥିବା ‘ଚତୁର୍ଥସ୍ତରୀୟ’ ପରୀକ୍ଷାଗାର ପାଇଁ ଆମେରିକା ଆର୍ଥିକ ସହାୟତା ବନ୍ଦ କରିବ। ଓବାମା ପ୍ରଶାସନ ସେମାନଙ୍କୁ ୩. ୭ ନିୟୁତ ଡଲାର୍ ମଞ୍ଜୁର କରିଥିଲା। ଖୁବ୍ ଶୀଘ୍ର ଆମେ ସେ ଆର୍ଥିକ ସହାୟତା ବନ୍ଦ କରିବୁ। କରୋନା ଭୂତାଣୁ ଉହାନ୍ ପରୀକ୍ଷାଗାରରୁ ଖସି ଆସିବାକୁ ନେଇ ଆମେରିକା ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ବୋଲି ‘ଫକ୍ସ ନିଉଜ୍’ ମଧ୍ୟ ରିପୋର୍ଟ କରିଛି ।

Related posts

ପୂଜା ଗାଇଡଲାଇନକୁ ନେଇ ହାଇକୋର୍ଟରେ ଦାୟର ହେଲା ମାମଲା

mahabharatanews

୭୬ ବର୍ଷରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହଙ୍କ ଦେହାନ୍ତ

mahabharatanews

ଆଫ୍ରିକୀୟ ଚିତା ଆମଦାନୀକୁ ସୁପ୍ରିମ କୋର୍ଟଙ୍କ ଅନୁମତି

mahabharatanews