(ମହାଭାରତ): କାଖ କଳା ପଡିଯାଇଥିଲେ ଚୋଟ ହାତ ଥିବା ଡ୍ରେସ ପିନ୍ଧିବାକୁ ଲାଜ ଲାଗେ । ଏଣୁ ଉଭୟ ପୁଅ ଓ ଝିଅ ସୁବବେଳେ କାଖକୁ ଗୋରା କରିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ମାତ୍ର ସବୁ ଉପାୟ ସବୁବେଳେ କାମ କରିନଥାଏ । ଫଳରେ କାଖର କଳାଦାଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିନଥାଏ । ବଜାରରେ ମଳୁଥିବା ବିୟୁଟି ପ୍ରଡକ୍ଟ ମଧ୍ୟ କାଖର କଳାପଣ ଦୂର କରିବା ଅପେକ୍ଷା ଚର୍ମକୁ ଆହୁରି ରୁକ୍ଷ କରିଥାଏ ।
ତେଣୁ ଲୋକମାନେ କାଖର କଳାପଣ ଦୂର କରିବାକୁ କ’ଣ କରିବେ ସେ ନେଇ ଚିନ୍ତାରେ ଥାନ୍ତି । ଆପଣ ବି ଯଦି ଏନେଇ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଏଥିରୁ ମୁକ୍ତି ପାଇବାକୁ କେତେକ ସହଜ ଉପାୟ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଘରୋଇ ଉପାୟରେ ଅଣ୍ଡରଆର୍ମ କଳାପଣ ଦୂର କରିବା ପ୍ରକ୍ରିୟା
ଲେମ୍ବୁ: ଗାଧୋଇବାର ୧୦ ମିନିଟ୍ ପୂର୍ବରୁ ଲେମ୍ବୁକୁ ୫ମିନିଟ୍ ଲେଖାଏଁ କାଖରେ ଘଷନ୍ତୁ । ପରେ ଥଣ୍ଡା ପାଣିରେ କାଖକୁ ପରିଷ୍କାର କରି ଧୋଇ ଦିଅନ୍ତୁ । ଏଭଳି କିଛି ଦିନ କରିବା ଦ୍ୱାରା ଅଣ୍ଡରଆର୍ମକୁ କଳା ଦାଗ ଛାଡିଯିବ । ଦୁଇ ସପ୍ତାହ ପର୍ଯ୍ୟନ୍ତ ଏଭଳି କରିବା ଦ୍ୱାରା କାଖ ସମ୍ପୂର୍ଣ୍ଣ ଦାଗମୁକ୍ତ ହୋଇଯିବ ।
ଆଳୁ: ଅଣ୍ଡରଆର୍ମର କଳାଦାଗ ଦୂର କରିବାରେ ଆଳୁ ମଧ୍ୟ ବେଶ ସହାୟକ ହୋଇଥାଏ । ପ୍ରତିଦିନ ୨୦ମିନିଟ୍ ଲେଖାଏଁ କାଖରେ କଞ୍ଚା ଆଳୁ ଘଷିବା ଦ୍ୱାରା କଳାପଣ ଦୂର ହୋଇଥାଏ । ୭ଦିନ ମଦ୍ୟରେ ଆପଣ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ ।
ଘିକୁଆଁରୀ: ଦାଗ ଦୂର କରିବାରେ ଘିକୁଆଁରୀ ମଧ୍ୟ ସାହାଯ୍ୟ କରେ । ତ୍ୱଚାରୁ ମୃତ କୋଷିକାକୁ ବାହାର କରି ଗୋରାପଣ ଆଣିବାରେ ଏହା ସହାୟକ ହୋଇଥାଏ । ଏଥିପାଇଁ ଘିକୁଆଁରୀକୁ ଅଣ୍ଡରଆର୍ମରେ ମସାଜ୍ କରନ୍ତୁ । ସପ୍ତାହରେ ଦିନକୁ ଦୁଇ ଥର ୧୦ମିନିଟ୍ ଲେଖାଏଁ ଏଭଳି କରିବା ଦ୍ୱାରା କଳାପଣ ଦୂର ହୋଇଯିବ ।
