Uncategorized

କୋଭିଡ୍‌-୧୯ ଚିକିତ୍ସାରେ ନିୟୋଜିତ ଡାକ୍ତରଙ୍କ ଦରମା ନ କାଟିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଚିକିତ୍ସାରେ ନିୟୋଜିତ ଡାକ୍ତରଙ୍କୁ ତୁରନ୍ତ କ୍ୱାରେଣ୍ଟିନ୍‌ ବାବଦରେ କଟା ଯାଇଥିବା ଦରମା ପ୍ରଦାନ ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସୁପ୍ରିମ୍‌ କୋର୍ଟ କେନ୍ଦ୍ରକୁ ବେତନ ପ୍ରଦାନ ତଥା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ସବେତନ ଆବଶ୍ୟକ ସ୍ଥଳେ କ୍ୱାରେଣ୍ଟିନ୍‌ ସୁବିଧା ପ୍ରଦାନ କରିବାକୁ ମଧ୍ୟ କହିଛନ୍ତି।
କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ କ୍ୱାରେଣ୍ଟିନ୍‌ ସୁବିଧାକୁ ବାରଣ କରିବା ଉଚିତ୍‌ ନୁହେଁ। କୋଭିଡ୍‌- ୧୯ ଚିକିତ୍ସା ପ୍ରଦାନ ପାଇଁ ନିଯୁକ୍ତ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ସବେତନ କ୍ୱାରେଣ୍ଟିନ ସୁବିଧା ପ୍ରଦାନ ଉପରେ ଚାରି ସପ୍ତାହ ମଧ୍ୟରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌କେ କୌଲ ଏବଂ ଜଷ୍ଟିସ୍‌ ଏମ୍‌ ଆର ଶାହାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି । ଏଥିସହ ଯେଉଁ ରାଜ୍ୟମାନେ ଏହାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ଚେତାଇ ଦେଇଛନ୍ତି।

Related posts

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଉଦ୍ଧାର ବେଳେ ଭୁଶୁଡିଗଲା କୋଠା, ୧୪ ଗୁରୁତର ଆହତ, ୩୫ ଦମକଳ ନିୟୋଜିତ

mahabharatanews

 ବଜାରକୁ ଆସିବ ଭାରତର କରୋନା ଟିକା କୋଭାକ୍ସିନ

mahabharatanews

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews