Uncategorized

କାଜିକୋଡେ ପରେ ମାଲାପୁରମରେ ବାର୍ଡ ଫ୍ଲୁ

ମାଲାପୁରମ: କାଜିକୋଡେରେ ବାର୍ଡ ଫ୍ଲୁ ଆତଙ୍କର ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ମାଲାପୁରମ ମଧ୍ୟ ସଂକ୍ରମିତ ହୋଇଛି । ମାଲାପୁରମର ଦୁଇଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଜିଲ୍ଲାପାଳ ଜାଫର ମଲିକ କହିଛନ୍ତି, ପାଲାଥିଙ୍ଗାଲରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଫାର୍ମ ନିକଟବର୍ତ୍ତୀ ଏକ କିମି ରେଡିୟସରେ ବିଷୁଦ୍ଧକରଣ କାର୍ଯ୍ୟ ହେବ । ଶନିବାର ଠାରୁ ଏହି ବିଶୁଦ୍ଧକାରଣ କାର୍ଯ୍ୟ କରାଯିବ । ଏଥିନେଇ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଫାର୍ମର କିଛି କୁକୁଡାଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ ସନ୍ଦେହ ହୋଇଥିଲା ଓ ରବିବାର ଦିନ କୁକୁଡାଙ୍କ ଭିସେରା ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ।

ଏହାର ଏକ ସପ୍ତାହ ପୂର୍ବେ କାଝିକୋଡେରେ ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ବିଶୋଧନ କାର୍ଯ୍ୟ ଶେଷ ହୋଇଛି । ଏହି ସଂକ୍ରମଣ ଜଣାପଡିବା ପରେ ସମସ୍ତ ଗୃହପାଳିତ ପକ୍ଷୀଙ୍କ ସୁରକ୍ଷା ପାଇଁ ସେସବୁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Related posts

Video : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ

mahabharatanews

ପିଲାଙ୍କ ପାଇଁ ବନାନ୍ତୁ ‘ଛୋଲେ ଟିକ୍କି ଚାଟ୍’

mahabharatanews

ମାର୍ଚ୍ଚ ୨୮ରୁ ଗଡିବ ରାମାୟଣ ଏକ୍ସପ୍ରେସ

mahabharatanews