Uncategorized

କାଜିକୋଡେ ପରେ ମାଲାପୁରମରେ ବାର୍ଡ ଫ୍ଲୁ

ମାଲାପୁରମ: କାଜିକୋଡେରେ ବାର୍ଡ ଫ୍ଲୁ ଆତଙ୍କର ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ମାଲାପୁରମ ମଧ୍ୟ ସଂକ୍ରମିତ ହୋଇଛି । ମାଲାପୁରମର ଦୁଇଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଜିଲ୍ଲାପାଳ ଜାଫର ମଲିକ କହିଛନ୍ତି, ପାଲାଥିଙ୍ଗାଲରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଫାର୍ମ ନିକଟବର୍ତ୍ତୀ ଏକ କିମି ରେଡିୟସରେ ବିଷୁଦ୍ଧକରଣ କାର୍ଯ୍ୟ ହେବ । ଶନିବାର ଠାରୁ ଏହି ବିଶୁଦ୍ଧକାରଣ କାର୍ଯ୍ୟ କରାଯିବ । ଏଥିନେଇ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଫାର୍ମର କିଛି କୁକୁଡାଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ ସନ୍ଦେହ ହୋଇଥିଲା ଓ ରବିବାର ଦିନ କୁକୁଡାଙ୍କ ଭିସେରା ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ।

ଏହାର ଏକ ସପ୍ତାହ ପୂର୍ବେ କାଝିକୋଡେରେ ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ବିଶୋଧନ କାର୍ଯ୍ୟ ଶେଷ ହୋଇଛି । ଏହି ସଂକ୍ରମଣ ଜଣାପଡିବା ପରେ ସମସ୍ତ ଗୃହପାଳିତ ପକ୍ଷୀଙ୍କ ସୁରକ୍ଷା ପାଇଁ ସେସବୁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Related posts

ଦିଲ୍ଲୀରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବୁଟା ସିଂହଙ୍କ ପରଲୋକ

mahabharatanews

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews