ଓଡିଶା

କାରରୁ ଗଞ୍ଜେଇ ଜବତ, ୩ ଗିରଫ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲମଟାପୁଟ ଦମକଳ କେନ୍ଦ୍ର ନିକଟରେ ଏକ କାରରୁ ପୋଲିସ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ମାଛକୁଣ୍ଡ ଓ ଲମଟାପୁଟ ପୋଲିସ ମିଳିତ ଭାବେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏଠାରେ ଥିବା ଏକ ଇଣ୍ଡିଗୋ କାର ଉପରେ ପୋଲିସ ସନ୍ଦେହ କରିଥିଲା । ସର୍ଚ୍ଚ ଅପରେସନ ବେଳେ ଏକ ବସ୍ତାରେ ବିପୁଳ ମାତ୍ରାର ଗଞ୍ଜେଇ ଭର୍ତ୍ତି ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ପୋଲିସର ଚଢାଉ ବେଳେ ପ୍ରାୟ ୯୦ କେଜି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ।

Related posts

ଭିମସାର ଆଇସୋଲେସନରେ ମହାରାଷ୍ଟ୍ର ଫେରନ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews

ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

mahabharatanews

 ନବୀନ ନିବାସରେ ବିଲ୍ ଗେଟ୍ସ

mahabharatanews