ଓଡିଶା

ବିଷାକ୍ତ ମଦ ପିଇ ୫ ଗୁରୁତର

(ମହାରତଭା, ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲାରେ ଏକ ଅଘଟଣ ଘଟିଛି । ଭୋଜି ବେଳେ ବିଷାକ୍ତ ମଦ ପିଇ ଏଠାରେ ୫ ଜଣ ବ୍ୟକ୍ତି ଗୁରୁତର ହୋଇପଡିଛନ୍ତି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ବରଡି ଗାଁରେ ୨୦୧୯ ବର୍ଷକୁ ବିଦାୟ ଜଣାଇ ମଙ୍ଗଳବାର କିଛି ବ୍ୟକ୍ତି ଭୋଜି କରୁଥିଲେ । ସେହି ସମୟରେ କିଛି ବ୍ୟକ୍ତି ମଦ ପିଇଥିଲେ । ଏହି ମଦ ବିଷାକ୍ତ ହୋଇଥିବାରୁ ଏହାକୁ ପିଇବା ପରେ ୫ ଜଣ ବ୍ୟକ୍ତି ଗୁରୁତର ହୋଇପଡିଛନ୍ତି । ଏହାପରେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related posts

ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

mahabharatanews

ନଗର କଂଗ୍ରେସର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୨୮୫ ୟୁନିଟ ରକ୍ତ ସଂଗ୍ରହ

mahabharatanews

ସୁବର୍ଣ୍ଣପୁର ଜିଳ୍ଲା ବିଜେପି ପକ୍ଷରୁ କରୋନ ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

mahabharatanews