ଓଡିଶାଖେଳ

କାହା ଛତ୍ରଛାୟାରେ ଓସିଏ ସମ୍ପାଦକ

ଭୁବନେଶ୍ୱର: ୧୨ ଜୁନ, ୨୦୨୨ । କଟକ ବାରବାଟି ଷ୍ଟାଡିୟମ । ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ଟି-୨୦ ମ୍ୟାଚ । ଦୀର୍ଘ ୩ ବର୍ଷ ପରେ ବାରବାଟି ଷ୍ଟାଡିୟମରେ ମ୍ୟାଚ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ନିମନ୍ତେ ଟିକେଟ ବ୍ୟବସ୍ଥା ହୋଇଥିଲା । ପ୍ରାୟ ୪୪ହଜାର ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଷ୍ଟାଡିୟମରେ ଖଚାଖଚ ଲୋକରେ ଭରପୂର । ତେବେ ଟିକେଟ ବିକ୍ରି ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ବୋଲି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ହେଲେ ପ୍ରଥମେ ଅନଲାଇନରେ ୫ହଜାର ଟିକେଟ ବିକ୍ରି ହୋଇଥିଲା । ପରେ ୯ତାରିଖରେ ହୋଇଥିଲା ଅଫଲାଇନ ଟିକେଟ ବିକ୍ରି । ମାତ୍ର ସେହି ଗୋଟିଏ ଦିନରେ ୧୨ହଜାରରୁ ଉଦ୍ଧ୍ୱର୍ ଟିକେଟ ବିକ୍ରି ହୋଇଥିଲା । ଏଥିସହିତ ଅନ୍ୟ ୫ହଜାର ଟିକେଟ ଭିଆଇପି ମାନଙ୍କୁ ଦିଆଯାଇଥିଲା ବୋଲି ସୂଚନା ମିଳିଥିଲା । ତେବେ ୩ଟି ପର୍ୟ୍ୟାୟରେ ୨୨ହଜାର ଟିକେଟ ବ୍ରିକ୍ରି ହୋଇଥିବା ବେଳେ ଅବଶିଷ୍ଟ ୨୦ହଜାର ଟିକେଟ ଗଲା କୁଆଡେ? ଅପରପକ୍ଷେ ଗୋଟିଏ ଟିକେଟ କିଣିବା ପାଇଁ ଟିକେଟ କାଉଣ୍ଟରରେ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି, ମାରପିଟ ହୋଇଥିଲା । ପୁଣି ପୋଲିସର ମାଡ଼ ଖାଇ ଲୋକେ ଲହୁଲୁହାଣ ହୋଇଥିବା ଦେଖିବାକୁ ମିଳିଛି । ଏପରିକି କିଛି ଲୋକ ବ୍ଲାକରେ ୩ରୁ ୪ ଗୁଣ ଅଧିକ ମୂଲ୍ୟ ଦେଇ ଟିକେଟ କିଣିଥିବା ବେଳେ ଆଉ ଅନେକ ଲୋକ ଟିକେଟ ନପାଇଁ ନିରାଶ ହୋଇଥିଲେ ।

ଇତିମଧ୍ୟରେ ଗୋଟିଏ ଗୁରୁତର ଅଭିଯୋଗ ଆମର ହସ୍ତଗତ ହୋଇଛି । ଯାହା ଶୁଣିଲେ କେହି ବି ଆଶ୍ଚର୍ୟ୍ୟ ହେବେ । ଏହି ମ୍ୟାଚରେ ଖବର ସଂଗ୍ରହ କରିବା ପାଇଁ ବହୁ ସାମ୍ବାଦିକଙ୍କୁ ପାସ ମିନିନଥିବା ବେଳେ କିଛି ଅନାମଧେୟ ବ୍ୟକ୍ତିବିଶେଷ ନିଜକୁ ବଡ଼ବଡ଼ ସାମ୍ବାଦିକର ପରିଚୟ ଦେଇ ଖେଳ ଉପଭୋଗ କରିଥିବା ଜଣାପଡିଛି । ଏହାର ଏକ ଉଦାହରଣ ସ୍ୱରୂପେ, ଆଶ୍ରୀତା ସାହୁ ନାମକ ଜଣେ ମହିଳା । ଯିଏକି ବିଧାୟକ ନୁହଁନ୍ତି କି କୌଣସି ସାମ୍ବାଦିକ ସଂସ୍ଥା ସହିତ ଜଡିତ ନାହାନ୍ତି । ଆଉ ତାଙ୍କ ନିକଟରେ ଯେଉଁ ପାସ ରହିଥିଲା, ସେଥିରେ ଜଣେ ଏମଏଲଏ/କ୍ରିଉ/ଭଲିଣ୍ଟିୟର/କ୍ୟାମେରାପର୍ସନ ବୋଲି ଲେଖାଥିବା ଏହି ମହିଳା ଜଣଙ୍କ କିଏ । ତାଙ୍କୁ ଏପରି ସ୍ୱତନ୍ତ୍ର ପାସ ଦେଲା କିଏ । ଏହା ପଛରେ ଓସିଏର କୌଣସି କର୍ମକର୍ତ୍ତାଙ୍କ ହାତ ରହିଛି କି? ନା ଏହା ଏକ ଫେକ୍ ପାସ । ଯଦି ଫେକ୍ ତେବେ ସେହି ମହିଳାଙ୍କୁ ଷ୍ଟାଡିୟମ ଭିତରକୁ ଛାଡିଲା କିଏ । ଏପରି ଅନେକ ପ୍ରଶ୍ନ ଉଠୁଛି । ସେହିପରି ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଗୋଟିଏ ଟିକେଟ ପାଇଁ ନିରାଶ ହେଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳିଛି ଗୋଟିଏ ଟିକେଟର ବଣ୍ଡଲ । ତେବେ ଏହା କିପରି ସମ୍ଭବ ।

ଅପରପକ୍ଷେ, ଖେଳ ଏବଂ ଟିକେଟ ବିକ୍ରି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଠିକ ଭାବେ ସମ୍ପନ୍ନ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବାହାସ୍ଫୋଟ ମାରୁଥିବା ବେଳେ ଏପରି କାରନାମାର କାରଣ କଣ? ଏହି ମ୍ୟାଚ ପରିଚାଳନା ପାଇଁ ସମ୍ପାଦକଙ୍କ ଏପରି ଅପାରଗତା ହେଉ ବା ମାନମାନି ପଛରେ କିଏ? କାହାର ଛତ୍ରଛାୟା ତଳେ ରହି ଶ୍ରୀ ବେହେରା ଏପରି କଳା କାରନାମା କରିବାରେ ସାହାସ ଜୁଟାଇଲେ । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ତଥାପି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ୨୦ହଜାର ଟିକେଟ ଗଲା କୁଆଡେ । ଏହି ଟିକେଟ ବିକ୍ରି ହୋଇନଥିବା ବେଳେ ଷ୍ଟାଡିୟମରେ ସମ୍ପୂର୍ଣ୍ଣ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Related posts

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଅନୁମୋଦିତ ଟଙ୍କା ହରିଲୁଟ ଅଭିଯୋଗ

mahabharatanews

ରାଜ୍ୟ ସରକାର କରିବେ କରୋନା ମୃତକଙ୍କ ଶବ ସଂସ୍କାର

mahabharatanews

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

mahabharatanews