ଓଡିଶା

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, ଭବାନୀପାଟଣା): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ ପଡିଛନ୍ତି । କଳାହାଣ୍ଡି ଜିଲ୍ଲାର ଜଣେ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । କଳାହାଣ୍ଡି ଡିିଆରଡିଏରେ ହେଡ କ୍ଲର୍କ ଭାବେ କାର୍ଯ୍ୟରତ ହରପ୍ରସାଦ ଆଚାରୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ଆସିଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କର ବାସଭବନରେ ଚଢାଉ ହୋଇଥିବା ଜଣାଯାଇଛି । କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍ ଏହି ଚଢାଉ କରିଛନ୍ତି । ଏକକାଳୀନ ୩ଟି ଜାଗାରେ ଚଢାଉ ହୋଇଛି । ଭବାନୀପାଟଣା ରାମନଗରପଡା ସ୍ଥିତ ତାଙ୍କର ବାସଭବନ, ମନ୍ଦାର ବଗିଚା ପଡାରେ ଥିବା ପୈ÷ତୃକ ଘର ଓ ଅଫିସରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଛନ୍ତି । ଅଦ୍ୟାବଧି ତାଙ୍କର ଏକ ୩ ମହଲା ବିଶିଷ୍ଟ ଘର ଥିବା ଜଣାପଡିଥିବା ବେଳେ ଅନ୍ୟ ସବୁ ଜିନିଷର ଆକଳନ ଚାଲିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

୨୪ ଘଣ୍ଟାରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

୨୩ ତାରିଖରେ ଟୀକା ନେଇଥିବା କ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

mahabharatanews