ଓଡିଶା

୨୩ ତାରିଖରେ ଟୀକା ନେଇଥିବା କ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

ନୂଆପଡା: କରୋନା ଟୀକାର ପାଶ୍ୱର୍ ପ୍ରତିକ୍ରିୟା ନେଇ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଖବର ଆସିନଥିବା ବେଳେ ନୂଆପଡା ଜିଲ୍ଲାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକା ନେଇଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ନାନିକରାମ କେଉଟ । ସେ ଗତ ୨୩ ତାରିଖରେ ଟୀକା ନେଇଥିଲେ ଓ ୨୫ ତାରିଖରେ ଅସୁସ୍ଥ ହୋଇଥିଲେ । ସେଠାରେ ସେହି ଦିନ ତାଙ୍କ ମୃତ୍ୟୁ ହୋଇଛି । କରୋନା ଟୀକା ପାଇଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ଖଣ୍ଡନ କରିଛି ।
୨୩ ତାରିଖରେ ନାନିକରାମ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେଇଥିଲେ ଓ ଡ୍ୟୁଟି ମଧ୍ୟ କରୁଥିଲେ । ତେବେ ୨୫ ତାରିଖରେ ଡ୍ୟୁଟି କରିବା ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ବୁର୍ଲା ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ଟୀକା ନେବାରୁ ତାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ନୂଆପଡ଼ା ଗରିବ ସେନା ଆନ୍ଦୋଳନକୁ ଓହ୍ଲାଇଛି । ଅନ୍ୟ ପଟେ । ନୂଆପଡ଼ା ସିଡିଏମ୍ଓ ଏବଂ କରୋନାର ଜିଲ୍ଲା ମୁଖପାତ୍ର କହିଛନ୍ତି,ଟୀକା ପାଇଁ ତାଙ୍କର ମୃତ୍ୟୁ ହୋଇନି ବରଂ ଅନ୍ୟ କୌଣସି ରୋଗରୁ ମୃତ୍ୟୁ ହୋଇଥାଇପାରେ। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

 

Related posts

ଓଡ଼ିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

କରୋନା ଆତଙ୍କ: ଜିଲ୍ଲା ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ

mahabharatanews

୨୦୨୪ କଂଗ୍ରେସ ଲାଗି ଶେଷ ସୁଯୋଗ: ଜୟଦେବ ଜେନା

mahabharatanews