ଓଡିଶାରାଜନୀତି

ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର:  ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା । ପ୍ରସକର୍ତ୍ତାଙ୍କ ପ୍ରଶ୍ନ ଗୋଟେ ଆଉ ମନ୍ତ୍ରୀଙ୍କ ଉତ୍ତର ଆଉ ଗୋଟେ । ଉଦଳା ବିଧାୟକ ଭାସ୍କର ମଢ଼େଇ ସୋନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରିବା ନେଇ ବିଧାନସଭାରେ ମନ୍ତ୍ରୀଙ୍କୁ ପଚରାଇଥିଲେ। ଟେଣ୍ଡର ସରିଛି, ଏଗ୍ରିମେଣ୍ଟ ସରିଛି, ମୁଖ୍ୟମନ୍ତ୍ରୀ ୧୦ ବର୍ଷ ହେଲା ଶିଳାନ୍ୟାସ ବି କରିଥିଲେ। ହେଲେ କାମ ଆରମ୍ଭ ହେଉନି। ତେଣୁ ବିଭାଗକୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀଙ୍କୁ କହିଥିଲେ ବିଧାୟକ। ହେଲେ ମନ୍ତ୍ରୀ ରଖିଥିଲେ ଭିନ୍ନ ଉତ୍ତର। ମନ୍ତ୍ରୀ କହିଥିଲେ ଏ ସଂପର୍କରେ ବିଭାଗକୁ ନିର୍ଦ୍ଦେଶ ଦେବି। ଟେକ୍ନିକାଲ ଦିଗକୁ ଯାଞ୍ଚ୍ ହେବ । ଯଦି ଫିଜିବିଲିଟି ଥିବ ତାହେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

Related posts

ରାସନ ଓ ସାବୁନ ବାଣ୍ଟିବା ନାଁରେ,ବାଣ୍ଟିବେ କି କୋରୋନା?

mahabharatanews

ଗଣମାଧ୍ୟମଠୁ ଦୂରରେ ଗଣମାଧ୍ୟମ ଉପଦେଷ୍ଟା

mahabharatanews

ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପରେ ଖସିଲା ଟଙ୍କାର ମୂଲ୍ୟ ।

mahabharatanews